Latest Odisha News

BREAKING NEWS

ସିଡିଏସ ଜେନେରାଲଙ୍କ ନିଧନ ପରେ ଖୁସି ମନାଉଥିଲେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି, ରାଗରେ ଇସଲାମ ଧର୍ମ ଛାଡିଲେ ଅଲୀ ଆକବର

ବାଙ୍ଗାଲୋର: ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସାରା ଦେଶ ଶୋକ ମନାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ଖୁସି ବ୍ୟକ୍ତ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ମାଲାୟଲମ ଫିଲ୍ମର ପ୍ରତିଷ୍ଠିତ ନିର୍ଦ୍ଦେଶକ ଅଲୀ ଆକବର ଓ ତାଙ୍କ ପତ୍ନୀ ଲୁସିଆମ୍ମା ଇସଲାମ ଧର୍ମ ତ୍ୟାଗ କରିଛନ୍ତି । ସେମାନେ ହିନ୍ଦୁ ଧର୍ମ ଆପଣାଇବା ପାଇଁ ନିଷ୍ପତି ନେଇଛନ୍ତି । ସେ ତାଙ୍କ ରାମସିଂହମ ରଖିଛନ୍ତି । ଦେଶର ବାହାଦୂର ପୁଅରେ ମୃତ୍ୟୁରେ ଖୁସି ମନାଇ ଏଥର ସେମାନେ ସୀମା ଟପି ଯାଇଛନ୍ତି ।

ଜନ୍ମରୁ ଯେଉଁ ପରିଚୟ ମୋତେ ଦିଆ ଯାଇଥିଲା ଆଜି ତାକୁ ଫିଙ୍ଗିଦେଇ ଜଣେ ଭାରତୀୟ ଭାବେ ବଂଚିବାକୁ ଚାହୁଁଛି । ଏହି ଘଟଣାରେ କେତେକ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କେତେଜଣ ବିରୋଧ କରିଛନ୍ତି । ପୂର୍ବରୁ ମାଦ୍ରାସାରେ ପଢ଼ୁଥିବା ବେଳେ ସେ ଯୌନ ଉତ୍ପୀଡନର ଶୀକାର ହୋଇଥିବା କହି ଚର୍ଚ୍ଚାକୁ ଆସିଥିଲେ । କେରଳ ବିଜେପିର ସେ ପ୍ରଦେଶ ସିମିତି ସଭ୍ୟ ଥିଲେ । ତେବେ ପାର୍ଟିର ଅନ୍ୟମାନଙ୍କ ସହ ଅଶାନ୍ତି ଉପୁଜିବାରୁ ସେ ପଦରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.