Latest Odisha News

BREAKING NEWS

ବିଧାନସଭା ଶୀତକାଳୀନ ଅଧିବେସନ ମୁଲତବୀ ପ୍ରତିବାଦରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କଲା ବିଜେପି

ପୁରୀ : ବିଧାନସଭାରେ ଶୀତ କାଳୀନ ଅଧିବେଶନ ମୁଲତବୀ ପ୍ରତିବାଦରେ ବିଜେପିର ସମସ୍ତ ବିଧାୟକ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପ୍ରଣିପାତ ଜଣାଇଛନ୍ତି । ଏଥିସହ ୧୪ ଜଣ ବିଜେପି ବିଧାୟକ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରି ଭଜନ ଜଣାଣ କରି ବସି ରହିବା ସହ ଅଭିନବ ପ୍ରତିବାଦ କରିଥିଲେ।

ମମିତା ମେହେର ହତ୍ୟାକାଣ୍ଡରେ ବିରୋଧୀ ଦଳ ଆଲୋଚନା କରିବା ପାଇଁ ଚାହିଁଥିଲେ ମଧ୍ୟ ବିଚସ୍ପତି ଗୃହକୁ ପରିଚାଳନା ନକରିପାରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି। ଏହା କୌଣସି ରାଜନୈତି କାର୍ଯ୍ୟକ୍ରମ ନୁହେଁ ବରଂ ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଦେବାପାଇଁ ମହାପ୍ରଭୁଙ୍କ ନକଟରେ ପ୍ରାର୍ଥନା କରିଛନ୍ତି ବିଜେପି ନେତା ।

Leave A Reply

Your email address will not be published.