Latest Odisha News

BREAKING NEWS

ସବରିମାଲା ଏବଂ ସିଏଏ ବିରୋଧ ସହ ଜଡିତ ମାମଲା ପ୍ରତ୍ୟାହାର କଲେ କେରଳ ସରକାର

ଥରୁବନନ୍ତପୁରମ୍: ବୁଧବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ କେରଳ ସରକାର ସବରିମାଲା ମନ୍ଦିର ଏବଂ CAA ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରୁଛନ୍ତି। ପ୍ରକାଶ ଥାଉ କି, ସବରିମାଲା ଏବଂ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ବିରୋଧ ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ କେରଳ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯାହା ଗୁରୁତର ଅପରାଧିକ ନୁହେଁ।

କେରଳର ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ସାବରିମାଲା ଆନ୍ଦୋଳନ ସମୟରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରିବେ ବୋଲି କହିଛନ୍ତି। ତେବେ ଏହା ଉପରେ ଭାରତୀୟ ଜନତା ପାର୍ଟି କହିଛି ଯେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ଏହି ଆନ୍ଦୋଳନ ସଂପର୍କରେ ୫୦,୦୦୦ ରୁ ଅଧିକ ଲୋକଙ୍କୁ ବୁକ୍ କରାଯାଇଥିଲା। ୨୦୧୮ରେ ସୁପ୍ରିମକୋର୍ଟଙ୍କ ରାୟ ପରେ କେରଳରେ ଏହି ହିଂସା ଦେଖିବାକୁ ମିଳିଥିଲା। ଏପରିକି ପାଞ୍ଚଥର ମନ୍ଦିର ବନ୍ଦ କରିବାକୁ ପଡିଥିଲା। ଏହା ପରେ ସୁପ୍ରିମକୋର୍ଟ ସବୁ ବୟସର ମହିଳାଙ୍କୁ ସବରିମାଲା ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ।

୨୮ ସେପ୍ଟେମ୍ବର ୨୦୧୮ ରେ, ସୁପ୍ରିମକୋର୍ଟ ୪-୧ ରାୟ ପ୍ରଦାନ କରି ସମସ୍ତ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଲିଙ୍ଗ ଭିତ୍ତିକ ଭେଦଭାବ ବୋଲି କହି ୧୦ ରୁ ୫୦ ବର୍ଷ ମଧ୍ୟରେ ମହିଳାଙ୍କ ପ୍ରବେଶ ଉପରେ ହୋଇଥିବା ପ୍ରତିବନ୍ଧକକୁ କୋର୍ଟ ଖଣ୍ଡନ କରିଛନ୍ତି। ଏହା ପରେ ସମସ୍ତ ପୁନର୍ବିଚାର ପାଇଁ ଆବେଦନ କରାଯାଇଥିଲା।

Leave A Reply

Your email address will not be published.