Latest Odisha News

BREAKING NEWS

ଆଜି ରାଜ୍ୟରୁ ୬୮ କରୋନା ପଜିଟିଭ୍, ନୟାଗଡ଼ ଓ ଢେଙ୍କାନାଳ କରୋନା ମୁକ୍ତ

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୪୦ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ଦୁଇ ଅଙ୍କ ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୮୩୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୪ହଜାର ୨୪୩ ଆକ୍ରାନ୍ତ । ଏବେ ରାଜ୍ୟରେ ୬୨୫ଟି କରୋନା ଆକ୍ଟିଭ୍ କେସ୍ ରହିଛି । ମହାମାରୀରେ ମୃତ୍ୟୁବରଣ କରିଛନ୍ତି ୧୯ ଶହ ୧୪ ଆକ୍ରାନ୍ତ । ଦୁଇଟି ଜିଲ୍ଲା ନୟାଗଡ଼ ଓ ଢେଙ୍କାନାଳ କରୋନା ମୁକ୍ତ ହୋଇଛି ।

Leave A Reply

Your email address will not be published.