Latest Odisha News

[ଭିଡିଓ] ବିଚକ୍ଷଣ ଉପସ୍ଥିତି ବୁଦ୍ଧି, ଜଳନ୍ତା ଗାଡିକୁ ଚଳାଇ ବିପଦ ଟାଳିଲେ ଚାଳକ

ଭୁବନେଶ୍ୱର: ଜଣେ ଗାଡି ଚାଳକଙ୍କ ସାହସିକତା ତଥା ଉପସ୍ଥିତି ବୁଦ୍ଧି ଏକ ନିଶ୍ଚିତ ବଡ ଦୁର୍ଘଟଣାକୁ ଟାଳିପାରିଛି । ଗୋଟିଏ ଚଳନ୍ତା ଟ୍ରକରେ ନିଆଁ ଲାଗିବା ପରେ ଅନ୍ୟ ଜଣେ ଚାଳକଙ୍କ ସାହସିକତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଗତ ରବିବାର କେରଳର କୋଡେନଚେରି ସହରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ନଡା ବୋଝେଇ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା । ସେହି ସମୟରେ ଗାଡିର ଚାଳକ ଭୟଭୀତ ହୋଇ ଗାଡିରୁ ଡେଇଁ ପଡିଥିଲେ । ହେଲେ ସାଜି ଭର୍ଗିସ୍ ନାମକ ଜଣେ ବ୍ୟକ୍ତି କିନ୍ତୁ ଫିଲ୍ମି ଢଙ୍ଗରେ ଜଳନ୍ତା ଟ୍ରକକୁ ଲମ୍ଫ ପ୍ରଦାନ କରିଥିଲେ । ପରେ ଷ୍ଟିଅରିଂ ସମ୍ଭାଳି ଗାଡିଟିକୁ ଏକ ଖେଳ ପଡିଆକୁ ନେଇଯାଇଥିଲେ ।

ଦିନ ପ୍ରାୟ ୧୨ଟା ୩୦ ମିନିଟରେ ଘଟିଥିବା ଏହି ଘଟଣାରେ ଲୋକଙ୍କ ବିପଦରୁ ରକ୍ଷା କରିବାକୁ ଯାଇ ସାଜି ଭର୍ଗିସ୍ ଗାଡିଟିକୁ ସାପ ଗତି କଲାଭଳି ଚଳାଇଥିଲେ । ଜନଗହଳୀପୂର୍ଣ୍ଣ ଇଲାକାରୁ ଗାଡିକୁ ବାହାର କରି ସାହାସୀ ସାଜି ଭର୍ଗିସ୍ ଗାଡିଟିକୁ ଧୁଳିସାତ୍ ହେବାରୁ ରକ୍ଷା କରିଥିଲେ ।

୪୫ ବର୍ଷୀୟ ସାଜି ଭର୍ଗିସ୍‌ଙ୍କ ଅନୁଯାୟୀ, “ପୂର୍ବରୁ ମୁଁ ଏପରି ସ୍ଥିତିର ସାମ୍ନା କରିଛି । ବୋଧ ହୁଏ ସେଥିପାଇଁ ଜଳନ୍ତା ଗାଡିରେ ମୋତେ ଲମ୍ଫ ପ୍ରଦାନ କରିବାକୁ ଭୟ ଲାଗିନଥିଲା “

ଏହି ଘଟଣା ପରେ ସାଜି ଭର୍ଗିସ୍‌ଙ୍କୁ ଅନେକ ସଂଗଠନ ସମ୍ମାନିତ କରିଥିଲାବେଳେ ସୋସିଆଲ୍ ମିଡିଆରେ ତାଙ୍କ କାରନାମାର ଭିଡିଓ ଭାଇରାଲ୍ ହୋଇଛି । ଅନ୍ୟପଟେ ସ୍ଥାନୀୟ ଅଗ୍ନିଶମ ବିଭାଗ ମଧ୍ୟ ସାଜି ଭର୍ଗିସ୍‌ଙ୍କୁ ଭୁରିଭୁରି ପ୍ରଶଂସା କରିଛି ।

Comments are closed, but trackbacks and pingbacks are open.