Latest Odisha News

ଗୋଟିଏ ରୁମରେ ୧୧ ବର୍ଷ ପ୍ରେମିକାକୁ ଲୁଚାଇ ରଖିବା ପରେ…

ପାଲକଡ: କେରଳର ପାଲକଡ ଅଂଚଳରେ ରହେମାନ ନାମକ ଜଣେ ଯୁବକ ସାଜିଥା ନାମକ ଝିଅକୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମ ନିବୀଡ ଥିଲା । ତେବେ ପରିବାର ଲୋକ ରାଜି ହେବେନି ବୋଲି ସେମାନେ ଭଲ ଭାବେ ଜାଣିଥିଲେ । ସାଜିଥାଙ୍କୁ ଯେତେବେଳେ ୧୮ ବର୍ଷ ବୟସ ହେଲା ରହେମାନ ତାଙ୍କୁ ନିଜ ରୁମରେ ରଖିଥିଲା ।

ଉଭୟ ଏକତ୍ର ୧୧ ବର୍ଷ ରହିଥିଲେ ମଧ୍ୟ କାହାକୁ ଖବର ହୋଇ ନ ଥିଲା । ଶେଷର ଘର ଲୋକ ଜାଣିବା ପରେ ଉଭୟଙ୍କ ବିବାହ କୋର୍ଟରେ ହୋଇଥିଲା । ଏତେ ଦିନ ଧରି ଗୋଟିଏ ରୁମରେ ରହୁଥିଲେ କିପରି କେହି ଜାଣି ପାରିଲେନି ତାହା ବର୍ତମାନ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.