Latest Odisha News

BREAKING NEWS

କବିତା : କେନ୍ଦରା

ଗଦାଧର ସାହୁ 

କେନ୍ଦରାର ସ୍ଵରେ ବନ୍ଧା
ସଂସାର କରୁଣ ସ୍ଵର
ନାଥପୁଅ ଗାଇ ଗାଇ ବୁଲୁଥାଏ
ନିତିଦିନ ପ୍ରତି ଦାଣ୍ଡଦ୍ଵାର  ।

ଜୀବନର ଶେଷକଥା
ଆରମ୍ଭ କାହାଣୀ….
ଗାଇ ଗାଇ ସରେ ନାହିଁ
ବେଳ ଯାଏ ଗଡି  ।

ଜନ୍ମ ମୃତ୍ୟୁ ମଧ୍ୟେ ଥାଏ ଯେତେକ ଯନ୍ତ୍ରଣା
ମାତା ପୁତ୍ର, ପତି-ପତ୍ନୀ ବିରହ ବେଦନା
କେନ୍ଦରାର ସ୍ଵରେ ବନ୍ଧା
ଏ ସଂସାର ଯେତେକ ଯାତନା  ।

ବାଜୁଛି ସେ କେଉଁକାଳୁ
ବାଜୁଥିବ ଆହୁରି
ଏ ସଂସାର ସାଗରରୁ
ଯନ୍ତ୍ରଣା ଯେବେ ସରିବ

ସ୍ଵର ତା’ର ନିରବିବ
ଶାନ୍ତି ନିଦ୍ରା ଆବୋରି  !

ପୁରୀ,
ମୋ: ୭୨୦୫୪୦୧୨୧୩

Leave A Reply

Your email address will not be published.