Latest Odisha News

ହସ୍ପିଟାଲ ଯାଇ ନିଖୋଜ ବ୍ଯକ୍ତି, ୨ ଦିନ ପରେ ଲିଫ୍ଟରୁ ମିଳିଲେ

ଥିରୁବନନ୍ତପୁରମ: ଥିରୁବନନ୍ତପୁରମର ଏକ ଡାକ୍ତରଖାନା ଭିତରେ ୫୯ ବର୍ଷ ବୟସ୍କ ବ୍ୟକ୍ତି ଗତ ଦୁଇ ଦିନ ଧରି ଫସି ରହିଥିବା ବେଳେ ତାଙ୍କୁ ସୋମବାର ସକାଳେ ଲିଫ୍ଟରୁ ଉଦ୍ଧାର କରାଯାଇଛି।

ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜର ଓପି ବ୍ଲକରେ ଜଣେ ବ୍ଯକ୍ତି ଲିଫ୍ଟ ଭିତରେ ଫସି ରହିଥିବା ନେଇ ଡାକ୍ତରଖାନାର କେହି କର୍ମଚାରୀ ଜାଣିପାରିନଥିଲେ।

ସୂଚନା ଅନୁଯାୟୀ, ରବିନ୍ଦ୍ରନ୍ ନାୟାର ଶନିବାର ତାଙ୍କ ପତ୍ନୀଙ୍କ ସହ ଡାକ୍ତରଖାନା ଯାଇଥିଲେ। ଡାକ୍ତରଖାନାରେ କାମ କରୁଥିବା ତାଙ୍କ ପତ୍ନୀ ଡାକ୍ତରଙ୍କ ପରାମର୍ଶ ପରେ ଡ୍ୟୁଟିରେ ପୁନଃ ଯୋଗ ଦେଇଥିଲେ। ତେବେ ହସ୍ପିଟାଲରୁ ବାହାରିବା ସମୟରେ ସେ ଲିଫ୍ଟରେ ଅଟକି ଯାଇଥିଲେ।

ଏନେଇ ରବିନ୍ଦ୍ରନ୍ କହିଛନ୍ତି, ସେ ପ୍ରଥମ ମହଲାକୁ ଯିବା ପାଇଁ ଲିଫ୍ଟରେ ପଶିଥିଲେ କିନ୍ତୁ ଲିଫ୍ଟ ତଳକୁ ଆସି ଖୋଲି ନଥିଲା। ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ଯ କେହି ଆସି ନଥିଲେ। ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିବା ଯୋଗୁ ସେ କାହା ସହ ଯୋଗାଯୋଗ ମଧ୍ଯ କରିପାରିନଥିଲେ।

ପରେ ଆଜି ସକାଳେ ମୁଁ ଆଲାର୍ମ ସୁଇଚ୍ ଚିପୁ ଥିବା ବେଳେ ଜଣେ ଅପରେଟର ଆସିଥିଲେ। ଆମେ ଦୁହେଁ ଉଭୟ ପାର୍ଶ୍ୱରୁ କବାଟ ଖୋଲିବାକୁ ଚେ଼ଷ୍ଟା କରିଥିଲୁ, ଯାହା ପରେ ମୁଁ ବାହାରକୁ ଆସିପାରି ଥିଲି।

Comments are closed.