Latest Odisha News

BREAKING NEWS

କେରଳରେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ମଙ୍କିପକ୍ସ ବିପଦ । କେରଳରେ ଶନିବାର ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ୟୁଏଇରୁ ଫେରିଥିବା ଉକ୍ତ ଯୁବକ ଜଣଙ୍କ ସେଠାରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଟେଷ୍ଟ ରିପୋର୍ଟ ମଙ୍କିପକ୍ସ ପଜିଟିଭ୍ ଆସିଛି । ତେବେ ଏବେ ଯାଏ ସ୍ପଷ୍ଟ ହୋଇନାହିଁ ତାଙ୍କ ମୃତ୍ୟୁ ମଙ୍କିପକ୍ସ ପାଇଁ ହୋଇଛି ନା କାରଣ ଆଉ କିଛି । ଯଦି ମଙ୍କିପକ୍ସରେ ତାଙ୍କର ମୃତ୍ୟୁ ହୋଇଛି ତ ଏହା ଦେଶର ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବ ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁସାରେ, ତ୍ରିଶୁରର ୨୨ ବର୍ଷୀୟ ଯୁବକ ଜଣଙ୍କ ମୃତ୍ୟୁର କାରଣ ମଙ୍କିପକ୍ସ ବୋଲି ସନ୍ଦେହ କରାଯାଉଛି । ଯୁବକ ଜଣଙ୍କ ଜୁଲାଇ ୨୧ ତାରିଖରେ ଭାରତରେ ପହଞ୍ଚିଥିଲେ । ଯେତେବେଳେକି ୟୁଏଇ ଛାଡ଼ିବାର ଠିକ୍ ଦିନକ ପୂର୍ବରୁ ତାଙ୍କ ନମୁନା ମଙ୍କିପକ୍ସ ପଜିଟିଭ୍ ଆସିଥିଲା ବୋଲି କହିଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ।

ସେ ଭାରତ ଆସିବା ପରେ ତାଙ୍କୁ ଜୁଲାଇ ୨୭ରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଫେରିବା ପରେ ପରିବାର ସହ ରହିଥିଲେ । ତେବେ ମଙ୍କିପକ୍ସ ସଂକ୍ରମିତ ସତ୍ତ୍ୱେ ସେ କାହିଁକି ବିଳମ୍ବରେ ଚିକିତ୍ସା ଆରମ୍ଭ କଲେ ତାର ଯାଞ୍ଚ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ତାଙ୍କ ମୃତ୍ୟୁ ପରେ ସେ ମଙ୍କିପକ୍ସରେ ଆକ୍ରନ୍ତ ଥିବା ଜଣାପଡ଼ିବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏବେ ସୁଦ୍ଧା ଦେଶରେ କେରଳ ସହ ତାମିଲନାଡ଼ୁ, ଦିଲ୍ଲୀ ଓ ତେଲଙ୍ଗାନାରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେରଳରେ ଜୁଲାଇ ୧୪ରେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଜୁଲାଇ ୧୮ ତାରିଖରେ ଦ୍ୱିତୀୟ ମାମଲା ଓ ୨୨ ତାରିଖରେ ତୃତୀୟ ମାମଲା ଚିହ୍ନଟ ହୋଇଥିଲା । ଆଉ ତିନିଜଣ ଯାକ ଆକ୍ରାନ୍ତ ୟୁଏଇରୁ ହିଁ ଫେରିଥିଲେ । ଆଉ ଏବେ ମୃତ୍ୟୁବରଣ କରିଥିବା ଯୁବକ ୟୁଏଇରୁ ଫେରିଥିବା ବେଳେ ସେ ମଙ୍କିପକ୍ସରେ ଆକ୍ରାନ୍ତ ଥିଲେ ।

Leave A Reply

Your email address will not be published.