Latest Odisha News

BREAKING NEWS

ହର ଘର ତ୍ରିରଙ୍ଗା ହେବ ଜନ ଆନ୍ଦୋଳନ

ଭୁବନେଶ୍ବର: ସ୍ୱାଧୀନତାର  ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନ୍ତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ୍ ଢ଼େଙ୍କାନାଳ ଜିଲ୍ଲାର ଭୁବନ୍ ଠାରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ  ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏହି ପଦଯାତ୍ରା ମାଧ୍ୟମରେ ଶ୍ରୀ ପ୍ରଧାନ୍ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ୍ କୁ  ଆସନ୍ତା
ଅଗଷ୍ଟ ୧୩ ରୁ୧୫ ଯାଏଁ ପ୍ରତି ଘରେ ତ୍ରିରଙ୍ଗା ଲଗାଇବା ପାଇଁ ସାଢ଼େ ୪ କାେଟି ଓଡିଆଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩, ୧୪ ଓ ୧୫ରେ ସ୍ୱାଧୀନତା ଦିବସ ଅବସରରେ ଦେଶବ୍ୟାପୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏଥିପାଇଁ ହର ଘର୍ ତ୍ରିରଙ୍ଗା ସ୍ଲୋଗାନରେ ପଦଯାତ୍ରା ଆରମ୍ଭ ହୋଇଛି । ଏହିପରିପ୍ରେକ୍ଷୀରେ ବିଶ୍ୱର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ମାଟି ଢେଙ୍କାନାଳର ଭୁବନରେ ଆଜି(ରବିବାର) ଅନୁଷ୍ଠିତ ହୋଇଛି ତ୍ରିରଙ୍ଗା ପଦଯାତ୍ରା । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଥିବା ଦେଖିବାକୁ ମିଳିଛି ।

 ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଭୁବନ ପାଲା ମଣ୍ଡପ ଠାରୁ ସକାଳ ୮ଟା ସମୟରେ ବାହାରିଥିଲା । କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ତ୍ରିରଙ୍ଗା ପଦଯାତ୍ରାରେ ଯୋଗ ଦେଇଥିଲେ । ପଦଯାତ୍ରା ଭୁବନ ପରିକ୍ରମା କରି ନୀଳକଣ୍ଠ ପୁର ଶହୀଦ ବାଜି ରାଉତଙ୍କ ଜନ୍ମପୀଠରେ ପହଞ୍ଚିଥିଲା । ନୀଳକଣ୍ଠପୁର ଠାରେ ଶହୀଦ ବାଜି ରାଉତଙ୍କ ସ୍ମୃତି ସ୍ତମ୍ଭରେ କେନ୍ଦ୍ରମନ୍ତ୍ରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.