Latest Odisha News

BREAKING NEWS

କେରଳରେ ମେ ୮ରୁ ୧୬ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍

ଥିରୁବନନ୍ତପୁରମ୍: କେରଳରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ମେ ୮ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ଲକଡାଉନ୍ ଲାଗୁ ହେବ । ଗୁରୁବାର କେରଳରେ କରୋନା ପୂର୍ବ ସବୁ ରେକର୍ଡ ଭାଙ୍ଗି ଦିନକରେ ୪୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଲକଡାଉନ୍ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି ।

ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ମେ ୮ ସକାଳ ୬ରୁ ଲକଡାଉନ୍ ୧୬ ତାରିଖ ଯାଏ ବଳବତ୍ତର ରହିବ । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ସମସ୍ତେ ଲକଡାଉନ୍ ମାନିବା ଲାଗି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ନିବେଦନ କରିଛନ୍ତି ।

Leave A Reply

Your email address will not be published.