Latest Odisha News

BREAKING NEWS

ବିଷ ଖାଇ ଆତ୍ମହତ୍ୟା କଲେ କେରଳର ପ୍ରଥମ କିନ୍ନର ବଡି ବିଲଡର ପ୍ରବୀନ ନାଥ

ଥିରୁଭନନ୍ତପୁରମ: ଆତ୍ମହତ୍ୟା କଲେ କେରଳର ପ୍ରଥମ କିନ୍ନର ବଡି ବିଲଡର ପ୍ରବୀନ ନାଥ। ଗୁରୁବାର ଥ୍ରିସୁରରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ୨୧ ବର୍ଷୀୟ ପ୍ରବୀଣ ଗୁରୁବାର ଅପରାହ୍ନରେ ବିଷ ଖାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।

ପ୍ରବୀଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିବା ପରେ ତୁରନ୍ତ ତାଙ୍କ ଘରେ ପୁଲସ ପହଞ୍ଚିଥିଲା। ଘରୁ ମୃତଦେହ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରବୀଣ କାହିଁକି ଆତ୍ମହତ୍ୟା କଲେ ?  ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ  ଏପରି କରିବାକୁ ବାଧ୍ୟ କରାଯାଇଛି ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଚଳିତ ବର୍ଷ ଭାଲେଣ୍ଟାଇନ୍ ଡେ ରେ ପ୍ରବୀଣ ନାଥ ତାଙ୍କର କିନ୍ନର ସାଥିଙ୍କୁ ବିବାହ କରିଥିଲେ। ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଅନ୍‌ଲାଇନ୍ ଗଣମାଧ୍ୟମରେ ନାନା ମିଥ୍ୟା ଓ ଗୁଜବ ଖବର ପ୍ରକାଶ ପାଉଥିବାରୁ ସେ ଚିନ୍ତିତତ ରହୁଥିଲେ। ବାରମ୍ବାର ସେ ରିପୋର୍ଟକୁ ଖଣ୍ଡନ କରିବା ପରେ ମିଡିଆ ରିପୋର୍ଟ ତାଙ୍କୁ ଚିନ୍ତାର ପକାଇଥିଲା ବୋଲି କୁହାଯାଉଛି। ତେବେ ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୁପିଲ ମାମଲାରେ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.