Latest Odisha News

BREAKING NEWS

ଏନସିପି କୋର କମିଟିରେ ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର

ମୁମ୍ବାଇ:  ଏନସିପିର କୋର କମିଟି ଶରଦ ପାୱାରଙ୍କ ଇସ୍ତଫାକୁ ନାମଞ୍ଜୁର କରି ଦେଇଛି । ମୁମ୍ବାଇରେ ଅନୁଷ୍ଠିତ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ  ଶରଦଙ୍କ ସମର୍ଥକମାନେ ଜୋରଦାର ପାଟିତୁଣ୍ଡ କରିଥିଲେ । ଶରଦ ତାଙ୍କ ଇସ୍ତଫା ଫେରାଇ ନେବାକୁ ସମର୍ଥକମାନେ ଦାବି କରିଥିଲେ । ।

ଶେଷରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପିର କୋର କମିଟି ବୈଠକରେ ଶରଦଙ୍କ ଇସ୍ତଫାକୁ ନାମଞ୍ଜୁର କରାଯାଇଛି । ଇସ୍ତଫ ଫେରାଇ ନେବା ପାଇଁ ଦଳ ପକ୍ଷରୁ ପୂର୍ବରୁ ମଧ୍ୟ ଅନୁରୋଧ କରାଯାଇଥିଲା। ଆଜି ବୈଠକରେ ମଧ୍ୟ ସମାନ କଥା କୁହାଯାଇଥିଲା ।

ତେବେ ଶରଦ ପାର୍ଟିର ନିଷ୍ପତ୍ତିକୁ ଗ୍ରହଣ କରିବେ ନା ଏହାକୁ ନାମାଞ୍ଜୁର କରିବେ ତାହା ଦେଖିବାକୁ ବାକି ରହିଲା । ବୈଠକରେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କୋର କମିଟିର ସଂଯୋଜକ ପ୍ରଫଲ୍ଲ ପଟେଲ ଇସ୍ତଫା ନାମଞ୍ଜୁର କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ସମସ୍ତ ସଦସ୍ୟ ନାମଞ୍ଜୁର କରିଥିଲେ । ଏପଟେ କାର୍ଯ୍ୟାଳୟ ବାହାରେ ଶରଦଙ୍କର ଜଣେ ସମର୍ଥକ ହାତରେ କିରୋସିନ ଧରି  ଆତ୍ମଦାହ କରିବା ପାଇଁ ଉଦ୍ୟମ କରୁଥିଲେ ।

ଏନସିପି ବୈଠକ ବସିବାର ମାତ୍ର ୧୦ ମିନିଟ ପରେ ପାୱାରଙ୍କ ଇସ୍ତଫା ନାମାଞ୍ଜୁର କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ସମସ୍ତ ନେତା ଶରଦ ପାୱାରଙ୍କୁ ବୁଝାଇବା ପାଇଁ ଯିବେ । କାରଣ ଦଳ ଜାଣିଛି, ବିଧାନସଭା ନିର୍ବାଚନ ଆଉ ଏକବର୍ଷ ଅଛି । ଏହା ଭିତରେ ଅଧ୍ୟକ୍ଷ ବାଛିବା କଷ୍ଟକର ହେବ ।

Leave A Reply

Your email address will not be published.