Latest Odisha News

BREAKING NEWS

ନୂଆ ବର୍ଷରେ ୧୦୦ କୋଟିର ମଦ ବିକ୍ରି!; କେରଳ

ଥିରୁବନନ୍ତପୁରମ୍‌: ନୂଆ ବର୍ଷ ଅବସରରେ ରାଜ୍ୟରେ ୯୬.୮୬ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା କେରଳ ଷ୍ଟେଟ ପାନୀୟ ନିଗମ ଲିମିଟେଡ୍ ପ୍ରକାଶ କରିଛି। ସୂଚନା ଅନୁଯାୟୀ ନୂଆ ବର୍ଷ ଅବସରରେ ବେଭକୋ ଏହାର ଆଉଟଲେଟରେ ୮୨.୨୬ କୋଟି ଟଙ୍କାର ମଦ ବିକ୍ରି କରୁଥିବାବେଳେ କଞ୍ଜ୍ୟୁମର୍‌ଫେଡ୍ ଆଉଟଲେଟ୍ ମାଧ୍ୟମରେ ୧୪.୬୦ କୋଟି ଟଙ୍କା ବିକ୍ରି ହୋଇଛି।

BjdElectrycity

ନୂଆ ବର୍ଷ ଅବସରରେ, ଥିରୁବନନ୍ତପୁରମ୍ ପାୱାର ହାଉସରେ ଗୋଟିଏ ଆଉଟଲେଟରେ ସର୍ବାଧିକ ୧.୬୭ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏଠାରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବିକ୍ରି ହୋଇଥିବା ଜଣାପଡ଼ିଛି।

ଏଥି ସହିତ ଖ୍ରୀଷ୍ଟମାସ ସମୟରେ ରାଜ୍ୟରେ ମୋଟ ୨୧୫ କୋଟି ଟଙ୍କା ମଦ ବିକ୍ରି ହୋଇଥିଲା।

Leave A Reply

Your email address will not be published.