Latest Odisha News

ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଦୈନିକ ସଂକ୍ରମଣ ପୁଣି ଉପରମୁହାଁ

ଭୁବନେଶ୍ୱର: ରାଜ୍ୟରେ ଅଚାନକ ବଢ଼ିଛି କରୋନା କେସ୍ । ଗତକାଲି ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ଚାରି ଶହ ପାର କରିଛି । ଦୈନିକ ସଂକ୍ରମଣରେ ପୁଣି ଥରେ ଟେନସନ୍ ହୋଇଛି ଖୋର୍ଦ୍ଧା ଓ କଟକ ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୧୭୭ ନୂଆ ପଜିଟିଭ୍ ବାହାରିଛନ୍ତି । କଟକରେ ଏହି ସଂଖ୍ୟା ୪୫ । ଅର୍ଥାତ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୫୨ ପ୍ରତିଶତ କେବଳ ଏହି ଦୁଇ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ଗତକାଲି ଖୋର୍ଦ୍ଧାରୁ ୧୧୯ ଜଣ ସଂକ୍ରମିତ ହୋଇଥିଲେ । କଟକରୁ ଗତକାଲି ଚିହ୍ନଟ ହୋଇଥିଲେ ୩୫ ଜଣ ଆକ୍ରାନ୍ତ । ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ୍ ହାର ଅଧିକ ରହିଛି । ଖୋର୍ଦ୍ଧାରେ ପଜିଟିଭିଟି ରେଟ୍ ରହିଛି ୨.୫ ପ୍ରତିଶତ । ଖୋର୍ଦ୍ଧାରେ ପଜିଟିଭ୍ ହାର ରହିଛି ୦.୬ ପ୍ରତିଶତ । ଖୋର୍ଦ୍ଧାରେ ସର୍ବାଧିକ ୮୫୭ଟି କରୋନା ଆକ୍ଟିଭ୍ କେସ୍ ରହିଛି । କଟକରେ ଏହି ସଂଖ୍ୟା ରହିଛି ୧୫୭ ।

Leave A Reply

Your email address will not be published.