Latest Odisha News

BREAKING NEWS

କେରେଜଙ୍ଗ-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ରେକର୍ଡ ସମୟରେ ସମାପ୍ତ 

ଭୁବନେଶ୍ୱର: ନିରନ୍ତର କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ପ୍ରୟାସ ଯୋଗୁଁ ୧୩.୫୧ କିଲୋମିଟର ଦୈର୍ଘ୍ୟ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ରେଳଲାଇନ ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଛି। ଏହି କାର୍ଯ୍ୟକୁ ଏକ ରେକର୍ଡ ସମୟ ମଧ୍ୟରେ କରାଯାଇଅଛି।

ନୂତନ ଦୋହରୀକରଣ ରେଳ ଲାଇନ ପାଇଁ ସର୍ବାଧିକ ୧୦୦ କିଲୋମିଟର ବେଗରେ ଟ୍ରେନ୍ ଚଳାଇବାକୁ ରେଳ ସଂରକ୍ଷା ପ୍ରମୁଖ ଆୟୁକ୍ତ (ସିସିଆରଏସ) ଅନୁମତି ଦେଇଛନ୍ତି।

ନୂତନ କାର‌୍ୟ୍ୟକ୍ଷମ ହୋଇଥିବା ଏହି ଦୋହରା ଲାଇନ ପାଇଁ ୧୦୦ କିଲୋମିଟର ପାଇବା ଏକ ବିରଳ ଘଟଣା। ଏହି କାର୍ଯ୍ୟ ସମାପ୍ତି ଦ୍ୱାରା, ସମ୍ବଲପୁର-ତାଲଚର ଦୋହରୀକରଣ ପ୍ରକଳ୍ପ ହେବାଦ୍ବାରା ରେଢ଼ାଖୋଲ ଠାରୁ ଅନୁଗୁଳ ମଧ୍ୟରେ ଦୋହରୀକରଣ ରେଳଲାଇନ ସମାପ୍ତ ହୋଇଛି।

ଗତ ଡିସେମ୍ବର ମାସ ୨୮ ତାରିଖ ଦିନ ରେଳ ସଂରକ୍ଷା ପ୍ରମୁଖ ଆୟୁକ୍ତଙ୍କ ଦ୍ୱାରା ଏହି ସେକ୍ସନକୁ ଯାଞ୍ଚ କରାଯାଇଥିଲା। ନନ-ଇଣ୍ଟରଲକ୍ ପ୍ରାକ କାର୍ଯ୍ୟ ୫ ଜାନୁୟାରୀ ୨୦୨୧ ରେ ଆରମ୍ଭ ହୋଇ ୭ ଜାନୁୟାରୀ ୨୦୨୧ରେ ଶେଷ ହୋଇଥିଲା। ନନ-ଅନଲକ୍ କାର୍ଯ୍ୟ ୮ ଜାନୁୟାରୀରୁ ଆରମ୍ଭ ହୋଇ ୧୦ ଜାନୁୟାରୀ ୨୦୨୧ରେ ଶେଷ ହୋଇଛି।

ଅନୁଗୁଳ ଷ୍ଟେସନ ଠାରେ ଅପ ମେନ ଲାଇନ ସହିତ ରୁଟ ନମ୍ବର-୩ର ସଂଯୋଗୀକରଣ କାର୍ଯ୍ୟ ୮ ଘଣ୍ଟାର ନିର୍ଧାରିତ ଟ୍ରାଫିକ ବ୍ଲକ ସମୟ ମଧ୍ୟରେ ଫଳପ୍ରଦ ଭାବେ ସମାପ୍ତ କରାଯାଇଥିଲା ଓ ଏଥିପାଇଁ ବଡ ବଡ ମେସିନ ଏବଂ ଭାରୀ ଯନ୍ତ୍ରଗୁଡ଼ିକ ନିୟୋଜିତ କରାଯାଇ ରେଳଧାରଣ କାଟିବା ଏବଂ ସଂଯୋଗ କରିବା କାର୍ଯ୍ୟ କରାଯାଉଅଛି।

ନନ-ଇଣ୍ଟରଲକ୍ କାର୍ଯ୍ୟ ସମାପ୍ତ ହେବା ପରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ଦ୍ୱାରା ପରିଚାଳିତ ଓଏମସି ୨୦୦୦ ସହିତ ଯାଞ୍ଚ ହୋଇଥିବା ସ୍ୱତନ୍ତ୍ର ଟ୍ରେନ୍ ସହିତ ସ୍ପିଡ୍ ଟ୍ରାଏଲ୍ ସର୍ବାଧିକ ୧୧୦ କିଲୋମିଟର ବେଗରେ କେରେଜଙ୍ଗ-ଅନୁଗୁଳ ମଧ୍ୟରେ କରାଯାଇଥିଲା। ଓଏମସି ଫଳାଫଳର ଗତି ପରୀକ୍ଷଣ, ଯାଞ୍ଚ ଏବଂ ବ୍ୟାଖ୍ୟା ଉପରେ ଆଧାର କରି ଏବଂ ରେଳ ସୁରକ୍ଷା ମୁଖ୍ୟ କମିଶନରଙ୍କୁ ଦିଆଯାଇଥିବା କାର୍ଯ୍ୟଭାରକୁ ବ୍ୟବହାର କରି ଭାରତୀୟ ରେଳ ଅଧିନିୟମର ଧାରା ୨୮ ଅନୁଯାୟୀ ଯାତ୍ରୀ ଏବଂ ସାମଗ୍ରୀ ପାଇଁ ସର୍ବାଧିକ ବେଗ ୧୦୦ କିଲୋମିଟର ପର‌୍ୟ୍ୟନ୍ତ ବ୍ରଡ ଗେଜ ଲାଇନକୁ ଅନୁମତି ଦିଆଯାଇଛି।

ଏହି ଦୋହରୀକରଣ କାର୍ଯ୍ୟକୁ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରାଯାଇଥିବାରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.