Latest Odisha News

BREAKING NEWS

ବ୍ରତ ଉପବାସରେ ପରିବାର ଲୋକଙ୍କୁ ଖୁଆନ୍ତୁ କେଶର ଖିରୀ

ଭୁବନେଶ୍ଵର: ଆଜି ପବିତ୍ର ରାମନବମୀ । ସକାଳୁ ସକାଳୁ ସବୁ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି । ଶ୍ରଦ୍ଧାଳୁମାନେ ଉପବାସ ରଖି ପ୍ରଭୁ ରାମଲାଲାଙ୍କ ଦର୍ଶନ ନିମନ୍ତେ ମନ୍ଦିରରେ ପହଞ୍ଚିଛନ୍ତି । ଏମିତିରେ ମହିଳାମାନେ ଉପାସ ରହି ବ୍ରତ କରୁଥିବା ବେଳେ ନିଜ ପରିବର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ପେଶାଲ ସ୍ୱାଦିଷ୍ଟ ଖାଦ୍ୟ ବନାଇଥାନ୍ତି। ଯଦି ଆପଣ ଆପଣଙ୍କ ପରିବାରକୁ କିଛି ସ୍ପେଶାଲ କରି ଖାଇବାକୁ ଦେବାକୁ ଚାହୁଛନ୍ତି ତେବେ ଏହି ସ୍ପୋଶଲ ଖିରି ବନାଇ ଦେଇପାରିବେ। କିପରି ପ୍ରସ୍ତୁତ କରିବେ କେଶର ଖିରି..

ଆବଶ୍ୟକ ସାମଗ୍ରୀ :

୨ ଚାମଚ ଘିଅ, ୧୦-୧୫ଟି କିସ୍‌ମିସ୍‌, ୫ ଚାମଚ କଣ୍ଡେସ୍ନଡ ମିଲ୍କ, ସ୍ୱାଦନୁସାରେ ଚିନି, ୧ କପ୍‌ ଭିଜା ହୋଇଥିବା ବାସୁମତୀ ଚାଉଳ, ୩ କପ୍‌ କ୍ଷୀର, ୧ ଚାମଚ ବାଦାମ/କାଜୁ, ୧ ଛୋଟ ଚାମଚ ଗୁଜରାତି ପାଉଡର, କେଶର (ଜାଫରନ)

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ବାସୁମତୀ ଚାଉଳକୁ ୩ ଘଣ୍ଟା ପୂର୍ବରୁ ଭିଜାଇ ରଖିଦିଅନ୍ତୁ। ଏହାପରେ ଚାଉଳ, କଣ୍ଡେସ୍ନଡ ମିଲ୍କ, ଚିନି, ଗୁଜରାତି ଏବଂ କ୍ଷୀର ପକାଇ ଗ୍ୟାସରେ ବସାଇ ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ଘିଅ ଲଗାଇ ୧ ମିନିଟ ଗରମ କରିନିଅନ୍ତୁ। ଏଥିରେ ଏବେ ଡ୍ରାଏ ଫ୍ରୁଟ୍ସ ପକାଇ ପୁଣି ୧୦ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ। ମଝିରେ ମଝିରେ ଏହାକୁ ଖଡିକାରେ ହଲାଇ ଦେବେ। ପରେ ପ୍ରସ୍ତୁତ ହୋଇଗଲା ପରେ ବାହାରକୁ କାଢି ରଖିଦିଅନ୍ତୁ। ତା’ ପରେ ଅନ୍ୟ ଏକ ଛୋଟ ପାତ୍ର କ୍ଷୀରରେ ଟିକେ କେଶର ପକାଇ ପ୍ରସ୍ତୁତ ହୋଇଥିବା ଖିରିରେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କେଶରୀ ଜାଫରନୀ ଖିର। ଏହାକୁ ସଜାଇବା ପାଇଁ ଉପରେ ବଳକା ରଖିଥିବା ଡ୍ରାଏଫ୍ରୁଟ ପକାଇ ସଜାଇ ଦିଅନ୍ତୁ। ଏବେ ଆପଣଙ୍କ ପତିଙ୍କୁ ଖୁସି କରାନ୍ତୁ।

 

Comments are closed.