ମୁମ୍ବାଇ: ୨୦୧୯ରେ ରିଲିଜ ହୋଇଥିବା କେସରୀ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏଥିରେ ଅକ୍ଷୟ କୁମାରଙ୍କ ଭୂମିକା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏବେ ଏହାର ସୀକ୍ୱେଲର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶନିବାର ନିର୍ମାତାଙ୍କ ପକ୍ଷରୁ କେସରୀ ଚ୍ୟାପ୍ଟର ୨ର ପ୍ରୋମୋ ରିଲିଜ କରାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ଅକ୍ଷୟ କୁମାର ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତିି । ମାର୍ଚ୍ଚ ୨୪ରେ ଏହାର ଟିଜର ରିଲିଜ ହେବ । ଅକ୍ଷୟ ଲେଖିଛନ୍ତି କେତେକ ଲଢ଼େଇ ଅସ୍ତ୍ର ଶସ୍ତ୍ରରେ ଜିତି ହୁଏନି ।
ରିପୋର୍ଟ ମୁତାବକ ଏହା ଜାଲିୱାନବାଗ ହତ୍ୟାକାଣ୍ଡ ଉପରେ ଆଧାରିତ ହୋଇଛି । ନିର୍ମାତା କିମ୍ବା ଅକ୍ଷୟ ଅବଶ୍ୟ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । ଅକ୍ଷୟଙ୍କ ସହ ଅନନ୍ୟା ପାଣ୍ଡେ ଅଭିନୟ କରିବେ । ୧୮ ଏପ୍ରିଲ ୨୦୨୫ରେ ଏହି ଫିଲ୍ମ ରିିଲିଜ ହେବ ବୋଲି ସ୍ଥିର କରାଯାଇଛି । ମାର୍ଚ୍ଚ ୨୧ରେ କେସରୀ ଫିଲ୍ମ ରିଲିଜ ତାରିଖର ଛଅ ବର୍ଷ ପୂରଣ ହୋଇଛି । ଏଥିରେ ୧୮୯୭ରେ ୧୦୦୦୦ ଆଫଗାନ ଆଦିବାସୀଙ୍କ କବଳରୁ ସାରାଗଢ଼ୀକୁ ରକ୍ଷା କରିଥିଲେ ୨୧ ଶିଖ ସୈନିକ ।