Latest Odisha News

BREAKING NEWS

ବଲିଉଡ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ସୋମବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ଘରୁ ଉଦ୍ଧାର କରାଯାଇଛି।

ତେବେ ଏହା ଆତ୍ମହତ୍ୟା କି ନୁହେଁ ସେନେଇ ତଦନ୍ତ ଚଳାଇଛି ପୋଲିସ। ଅପରପକ୍ଷେ ମୃତ୍ୟୁ ପୂର୍ବରୁ ସେ ନିଜ ଫେସବୁକ ପ୍ରୋଫାଇଲରେ ଏକ ଭିଡିଓ ପୋଷ୍ଟ କରିଥିବା ଜଣାପଡିଛି।

୩୦ ବର୍ଷୀୟ ଏହି ଅଭିନେତା ଜଣକ ଅକ୍ଷୟ କୁମାରଙ୍କ “କେସରୀ” ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ “ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ” ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ପତ୍ନୀ କାଞ୍ଚନ ଏବଂ ସାଙ୍ଗମାନେ ତାଙ୍କୁ ସୁବୁରବନ ଗୋରେଗାଓଁସ୍ଥିତ ଫ୍ଲାଟରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ।

ପରେ ତାଙ୍କୁ ଏସଭିଆର୍ ହସ୍ପିଟାଲକୁ ନିଆଯାଇଥିଲା ବେଳେ ଡ଼ାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.