Latest Odisha News

BREAKING NEWS

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ ମାମଲା, ୮୧ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି। ଦେଶରେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଖସୁଛି।

ଗତ ୨୪ ଘଣ୍ଟାରେ ସର୍ବାଧିକ ୯୧୨୧ ଜଣ ବ୍ୟକ୍ତି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧ ଜଣ ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୨୫,୭୧୦ ରେ ପହଞ୍ଚିଥିବା ବେଳେ ୧,୫୫,୮୧୩ ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ଏପର୍ଯ୍ୟନ୍ତ ୧,୦୬,୩୩,୦୨୫ ଲୋକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି । ଆକ୍ଟିଭ୍ କେସ୍ ୧,୩୬,୮୭୨ ରହିଛି।

Leave A Reply

Your email address will not be published.