ମୁମ୍ବାଇ: ଟାଇଗର ଶ୍ରଫଙ୍କ ହୀରୋପନ୍ଥୀ ୨ ଏବଂ ଅଜୟ ଦେବଗାନ ଓ ଅମିତାଭ ବଚ୍ଚନ ଅଭିନୀତ ରନୱେ ୩୪ ଫିଲ୍ମ ରିଲିଜ ହେବା ସତ୍ୱେ କେଜିଏଫ ୨ର ବ୍ୟବସାୟ ଉପରେ ବିଶେଷ କିଛି ଫରକ ପଡି ନାହିଁ । ଏହାର ବୀପରିତ ଏହି ଫିଲ୍ମଗୁଡିକ ଆଶାନୁରୂପ ବ୍ୟବସାୟ କରିପାରି ନାହାନ୍ତି । ରିପୋର୍ଟ ମୁତାବକ ୟଶଙ୍କ ଫିଲ୍ମ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି । କେବଳ ହିନ୍ଦୀ ଭର୍ସନରେ ଏହି ଫିଲ୍ମ ୩୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । ତୃତୀୟ ସପ୍ତାହରେ ଫିଲ୍ମ ପାଦ ଥାପିଥିଲେ ମଧ୍ୟ ଦର୍ଶକଙ୍କ ପସନ୍ଦ କମି ନାହିଁ । ୱିକେଣ୍ଡ ଏବଂ ଇଦରେ ଏହା ଆହୁରି ଆୟ କରିବ ବୋଲି ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଆଶା ବ୍ୟକ୍ତ କରିଛି । ସାରା ବିଶ୍ୱରେ ସର୍ବାଧିକ ଆୟ କରିବାରେ କେଜିଏଫ୨ ୪ର୍ଥ ଭାରତୀୟ ଫିଲ୍ମ ।
ଦଙ୍ଗଲ, ବାହୁବଳୀ ୨ ଓ ଆରଆରଆର ପରେ ୟଶଙ୍କ ଫିଲ୍ମ ଏହି କୀର୍ତିମାନ ସ୍ଥାପନ କରିଛି । ଅମୀର ଖାଁଙ୍କ ସିକ୍ରେଟ ସୁପରଷ୍ଟାର ଓ ସଲମାନ ଖାଁଙ୍କ ବଜରଙ୍ଗୀ ଭାଇଜନକୁ ଏହା ପଛରେ ପକାଇ ଦେଇଛି । ଯଦି ଫିଲ୍ମ ଏ ଭଳି ବ୍ୟବସାୟ ଜାରୀ ରଖେ ତାହାହେଲେ ସମସ୍ତ ରେକର୍ଡ ନିଜ ନାମରେ କରିନେବା ଅସମ୍ଭବ ନୁହେଁ ବୋଲି ତରନ କହିଛନ୍ତି । ଯୁବ ପିଢ଼ୀଙ୍କୁ ରକି ଭାଇ ଷ୍ଟାଇଲ ଏତେ ଭଲ ଲାଗୁଛି ଯେ, ସେମାନେ ବାରମ୍ବାର ଏହି ଫିଲ୍ମ ଦେଖିବାକୁ ପଛାଉ ନାହାନ୍ତି ।
Comments are closed.