Latest Odisha News

BREAKING NEWS

ପଞ୍ଜିକା କରିଥିଲା ଭବିଷ୍ୟବାଣୀ, ‘୧୯୯୯ ଭଳି ଭୟଙ୍କର ବାତ୍ୟା’

ଭୁବନେଶ୍ବର: ସତ ହେବାକୁ ଯାଉଛି ପଞ୍ଜିକାର ଭବିଷ୍ୟବାଣୀ। ଅକ୍ଟୋବରରେ ବଡ ବାତ୍ୟା ନେଇ ଖଡୀରତ୍ନ ପଞ୍ଜିକାରେ ହୋଇଛି ପୂର୍ବାନୁମାନ। ୨୦୨୪ ଅକ୍ଟୋବରରେ କିପରି ପୁଣି ଏକ ବଡ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଓଡିଶା ତାହା ପୁର୍ବରୁ ଉଲ୍ଲେଖ ହୋଇଛି ।  ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ, କାକଟପୁର, ନିଆଳି ଆଦି ସ୍ଥାନରେ ଚଳିତ ମାସରେ ଘୂର୍ଣ୍ଣିବାତ୍ୟା ହେବା ନେଇ ପଞ୍ଜିକାରେ ଲେଖାଯାଇଛି।

ପ୍ରଚଣ୍ଡ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପଞ୍ଜିକାରେ ଲେଖା ହୋଇଛି। ଅକ୍ଟୋବର ୧୭ ରୁ ୨୩ ତାରିଖ କିମ୍ବା ଅକ୍ଟୋବର ୨୩ରୁ ୩୦ ମଧ୍ୟରେ, ନଭେମ୍ବର ୪ରୁ ୫ ତାରିଖ ମଧ୍ୟରେ , ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁପ୍ରବାହ ସାମୁଦ୍ରିକ ଝଡ ଲଘୁଚାପ ତଥା ବନ୍ୟା ବିତ୍ପାତ ଦ୍ବାରା ବହୁ ଧନଜୀବନ ପ୍ରଭାବିତ ହେବା ନେଇ ଉଲ୍ଲେଖ ରହିଛି।

ତେବେ ଏହାର ପଞ୍ଜିକାର କଥା ସତ ହୋଇଥିବା ବେଳେ ଅକ୍ଟୋବର ୨୩ରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ତେବେ ଏହାର ଆକଳନ ଅନୁଯାୟୀ ସତରେ ଯଦି ଏହା ମହାବାତ୍ୟା ଭଳି ସ୍ଥିତି ସୃଷ୍ଟି କରିବ ତାହାଲେ ପୁଣି ଓଡିଶାବାସୀ ଏକ ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.