Latest Odisha News

ରୋଚକ ମୋଡ଼ରେ ନୂଆପଡ଼ା ରାଜନୀତି: ଦୋଛକିରେ ନେତା ଓ କର୍ମୀ

ନୂଆପଡ଼ା: ରାଜନୀତିର ଉଷ୍ମତା ଭିତରେ ନୂଆପଡ଼ା ରାଜନୀତି ଆହୁରି ରୋଚକ ମୋଡ଼ରେ ପହଞ୍ଚିଛି । ମନ୍ତ୍ରୀ ନୂଆପଡା ବିଧାନସଭା ମଣ୍ଡଳୀରୁ ତିନି ଥର ବିଧାୟକ ହୋଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଥିବା ରାଜେନ୍ଦ୍ର ପ୍ରସାଦ ଢୋଲକିଆ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାୟକ କଂଗ୍ରେସ ଛାଡିବା ଓ ବିଜେଡିରେ ଯୋଗଦେବା ଚର୍ଚ୍ଚାରେ ମନ୍ତ୍ରୀ ନିଜେ ମଧ୍ୟ ନିଜ ସ୍ଥାୟୀତ୍ୱକୁ ନେଇ ସନ୍ଦେହ ପ୍ରକାଶ କରୁଥିବା ମନେ ହୁଏ ।

କିଚ୍ଛି ଦିନ ହେବ ନୂଆପଡ଼ାର କିଚ୍ଛି ବିଜେଡି କର୍ମୀ ମନ୍ତ୍ରୀଙ୍କ ବିରୁଦ୍ଧରେ ବିଭିନ୍ନ ଆରୋପ ଲଗାଇ ନୂଆପଡା ବନ୍ଦ ସହ ଆନ୍ଦୋଳନକୁ ଓହ୍ଲାଇ ତୀବ୍ର ସାଂଲୋଚନା କରିଥିଲେ। ଏହାର ପ୍ରତିବାଦରେ ଅନ୍ୟ କିଚ୍ଛି ବିଜେଡି ଜିଲ୍ଲା ପଦାଧିକାରୀ ମନ୍ତ୍ରୀଙ୍କୁ ସମର୍ଥନ ଜଣାଇ ଆରୋପ ଲଗାଇଥିବା କର୍ମୀଙ୍କ ବିରୁଦ୍ଧରେ ଦଳୀୟ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆସନ୍ତା ୨୨ ତାରିଖ ଦିନ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଏହି ଦୋଛକିରେ ବିଜେପି ଓ ବିଜେଡି ଚର୍ଚ୍ଚା ଜିଲ୍ଲାବ୍ୟାପି ନେତା ଓ କର୍ମୀଙ୍କ ନିଦ ହଜାଇ ଦେଇଛି। ରାଜନୀତି ସମିକରଣ କେତେ ବେଳେ ଯେ କଣ ହେବ ତାହା କହିବା ଅସମ୍ଭବ।

Comments are closed.