Latest Odisha News

BREAKING NEWS

ନବୀନ ନିବାସରେ ଘନ ଘନ ବୈଠକ

ଭୁବନେଶ୍ୱର: ରାଜ୍ୟରେ ମେଣ୍ଟ ନେଇ ସସ୍ପେନ୍ସ ଜାରି ରହିଛି। ଗତକାଲି ଏହି ମେଣ୍ଟକୁ ନେଇ ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟ ସସ୍ପେନ୍ସକୁ ଆହୁରି ବଢାଇ ଦେଇଛି। ସେପଟେ ଆଜି ଦିନ ତମାମ ନବୀନ ନିବାସରେ ଘନ ଘନ ବୈଠକ ଜାରି ରହିଥିବା ଦେଖିବାକୁ ମିଳିଛି। କୁହାଯାଉଛି କି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପାଇଁ କସରତ ଆରମ୍ଭ ହୋଇଛି। ଦିନରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଥିବା ବେଳେ ସନ୍ଧ୍ୟାରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଥିଲା।

ନବରଙ୍ଗପୁର ସଂସଦୀୟ ଆସନ ପାଇଁ ବସିଥିବା ବୈଠକରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟକ ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ପ୍ରଦୀପ ମାଝୀ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଉମରକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ବିଜେଡ଼ି ନେତା ମାନସ ମାଡକାମୀ, ଚନ୍ଦ୍ର ଶେଖର ମାଝୀ ପ୍ରମୁଖ ଉପସ୍ଥିତ ରହିଥିବା ନେଇ ସୂଚନା ରହିଛି।

ସେହିପରି ଦିନରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ବୈଠକରେ ବିଧାୟକ ଓ ଆଶାୟୀଙ୍କ ନେତାଙ୍କୁ ନେଇ ଆଲୋଚନା ହୋଇଥିବା ନେଇ ସୂଚନା ରହିଛି। ବୈଠକରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକାଙ୍କ ସହିତ ରବି ନନ୍ଦ, ପ୍ରୀତମ ପାଢୀ, ଭାସ୍କର ରାଓ ଓ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.