Latest Odisha News

BREAKING NEWS

ହିମାଚଳ ପ୍ରଦେଶ ବିଧାନସଭା ପାଚେରୀରେ ଉଡିଲା ଖଲିସ୍ତାନୀ ପତାକା

ଧର୍ମଶାଳା: ହିମାଚଳ ପ୍ରଦେଶ ବିଧାନସଭା ପାଚେରୀରେ ଖଲିସ୍ତାନ ପତାକା ଉଡିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାଚେରିରେ ଖଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ମଧ୍ୟ ଲେଖା ଯାଇଥିଲା । ଖବର ମିଳିଲା ମାତ୍ରେ ପୋଲିସ ପତାକାଗୁଡିକ ହଟେଇବା ସହ ସ୍ଲୋଗାନଗୁଡିକ ଲିଭାଇଥିଲା । ତେବେ ଏ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପତାକା କିଏ ଲଗାଇଲା ତାର ତଦନ୍ତ ପୋଲିସ ଆରମ୍ଭ କରିଦେଇଛି । ସମସ୍ତ ସିସିଟିଭି ଫୁଟେଜର ଯାଂଚ ଆରମ୍ଭ ହୋଇଛି ।

ଏହି ଘଟଣା ନେଇ କବି କୁମାର ବିଶ୍ୱାସ ପୁନର୍ବାର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ପୂର୍ବରୁ ଏ ନେଇ ଚେତାଇଥିଲି । କିଛି ନେତା ଅଛନ୍ତି ଯିଏ କି ପଦବୀ ଏବଂ କ୍ଷମତା ପାଇଁ ସବୁ କିଛି କରିପାରିବେ । ସେ ପରୋକ୍ଷରେ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି । ପଂଜାବ ନିର୍ବାଚନ ପୂର୍ବରୁ ସେ ଖଲିସ୍ତାନୀ ଏବଂ କେଜ୍ରିୱାଲଙ୍କ ସମ୍ପର୍କ ନେଇ ବୟାନ ଦେଇଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.