Latest Odisha News

BREAKING NEWS

ୟୁକ୍ରେନ ସ୍କୁଲ ଉପରେ ବୋମା ମାଡ କଲା ରୁଷ, ୬୦ ମୃତ

କୀଭ: ୟୁକ୍ରେନର ଲୁହାନସ୍କର ଏକ ସ୍କୁଲ ଉପରେ ରୁଷ ସେନା ବୋମା ମାଡ କରିଛନ୍ତି । ଏଥିରେ ୬୦ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଲୁହାନସ୍କ ଅଂଚଳ ଜନଶୂନ୍ୟ ହେବା ସହ ଏକ ପ୍ରକାର ଶ୍ମଶାନରେ ପରିଣତ ହୋଇଯାଇଛି । ଯୁଦ୍ଧର ୭୩ ଦିନରେ ରୁଷ ଆକ୍ରମଣ ତୀବ୍ର କରି ଖାରକୀଭରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । କୀଭ ସୁରକ୍ଷିତ ଥିଲେ ମଧ୍ୟ ରୁଷ ଏହାର ଆଖପାଖ ଅଂଚଳକୁ ଟାର୍ଗେଟ କରି ଆଗକୁ ବଢ଼ିବାରେ ଲାଗିଛି ।

ଏଠାକାର ବାସିନ୍ଦାମାନେ ସହର ଛାଡି ସୁରକ୍ଷିତ ସ୍ଥାନ ପଳାଇଯିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ରିପୋର୍ଟ ମୁତାବକ ମେ ୯କୁ ରୁଷିଆରେ ବିଜୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ମାରିୟୁପୋଲକୁ ସମ୍ପୂର୍ଣ୍ଣ କବଜା କରିବା ଲକ୍ଷ୍ୟରେ ରୁଷ ରହିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.