Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର, କୃଷକ ଆନ୍ଦୋଳନରେ ଖଲିସ୍ତାନୀ ପ୍ରବେଶ କରିଛନ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସତ୍ୱେ ସରକାର ଏବଂ କୃଷକମାନଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ବୁଝାମଣାର କୌଣସି ରାସ୍ତା ବାହାରିପାରି ନାହିଁ । କୃଷି ଆଇନ ସପକ୍ଷରେ ଯୁକ୍ତି କରିବା ବେଳେ ଏହି ଆନ୍ଦୋଳନରେ ଖଲିସ୍ତାନୀ ଅନୁପ୍ରବେଶ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କୋର୍ଟରେ କହିଥିଲେ ଖଲିସ୍ତାନି ପ୍ରବେଶ କରିଥିବା ତଥ୍ୟ ଆମ ନିକଟରେ ହସ୍ତଗତ ହୋଇଛି ।

ଏହାର ଜବାବରେ କୋର୍ଟ କହିଥିଲେ ତାହା ହେଲେ ଏ ସମ୍ପର୍କରେ ତୁରନ୍ତ ସତ୍ୟପାଠ ଦାଖଲ କରନ୍ତୁ । ସୂଚନାଯୋଗ୍ୟ, ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସାମୟିକ ରୋକ ଲଗାଇଥିବା ବେଳେ କମିଟି ଗଠନ କରିଛନ୍ତି ।

Leave A Reply

Your email address will not be published.