Latest Odisha News

BREAKING NEWS

ଖଲିସ୍ତାନ ନେତା ଅମ୍ରିତପାଲ ସିଂହ ଫେରାର୍; ପଳାତକ ଘୋଷଣା କଲା ପଞ୍ଜାବ ପୁଲିସ୍

ଅମୃତସର: ଖଲିସ୍ତାନ ସମର୍ଥକ ତଥା ‘ୱାରିସ ପଞ୍ଜାବ ଦି’ ସଂଗଠନର ମୁଖ୍ୟ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହକୁ ଧରିବାରେ ବିଫଳ ହେଲା ପୁଲିସ। ତା’ର କିଛି ସମର୍ଥକ ଧରାପଡ଼ିଥିବା ବେଳେ ସେ ଏବେ ବି ଫେରାର୍ ଅଛି। ପଞ୍ଜାବ ପୁଲିସ ପକ୍ଷରୁ ତାକୁ ପଳାତକ ଘୋଷଣା କରାଯାଇଛି। ଅମ୍ରିତପାଲ ଫେରାର୍ ହୋଇଯିବା ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି।

ଗତକାଲି ଅମ୍ରିତପାଲ ସିଂହଙ୍କୁ ପୁଲିସ ଗିରଫ କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲ। ହେଲେ ପରେ ଜଣାପଡ଼ିଥିଲା ଯେ ଅମ୍ରିତପାଲ ଫେରାର୍ ହୋଇଯାଇଛି। ତାକୁ ଧରିବାକୁ ରାଜ୍ୟ ସାରା ଚଢାଉ ଜାରି ରହିଛି। ହିଂସା ଆଶଙ୍କାରେ ରାଜ୍ୟରେ ଇଣ୍ଟରନେଟ୍‌ ବନ୍ଦ ରହିଛି।

ଅମ୍ରିତପାଲ ସିଂହକୁ ଧରିବାକୁ ଗତକାଲି ଚଢ଼ାଉ ଆରମ୍ଭ ହୋଇଥିଲା। ୭ ଜିଲ୍ଲା ପୁଲିସର ୫୦ ପୁଲିସ ଗାଡି ତାକୁ ଧରିବାକୁ ଗୋଡ଼ାଇଥିଲା।  ଶେଷଥର ପାଇଁ ଅମ୍ରିତପାଲକୁ ଝଳନ୍ଧରରେ ସ୍ପିଡ୍‌ ବାଇକ୍ ଚଳାଇ ଯାଉଥିବାର ଦେଖିବାକୁ ମିଳିଥିଲା।

ଏହି ଚଢ଼ାଉରେ ‘ୱାରିସ ପଞ୍ଜାବ ଦି’ ସଂଗଠନର ୭୮ ଜଣ ଗିରଫ ହୋଇଛନ୍ତି। ସେହିପରି ଅନ୍ୟ  କେତକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଅମ୍ରିତାପାଲ ସିଂହର ୬-୭ ଜଣ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଥିବା ଜଳନ୍ଧର ପୁଲିସ କମିଶନର କୁଲଦୀପ ସିଂହ ଚହଲ ସୂଚନା ଦେଇଛନ୍ତି। ସେହିପରି ଖଲିସ୍ତାନ ନେତାଙ୍କୁ ଅର୍ଥ ଯୋଗାଣରେ ସହଯୋଗ କରୁଥିବା ଅମ୍ରିତପାଲର ନିକଟର ଦଲଜୀତ ସିଂହ କାଲ୍‌ସୀକୁ ବି ହରିଆଣା ଗୁଡ଼ଗାଓରୁ ଗିରଫ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଗତକାଲି ଅମ୍ରିତପାଲକୁ ଧରିବାକୁ ପଞ୍ଜାବ ରାଜ୍ୟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଜଳନ୍ଧର ସାଖୋଟ ତହସିଲ୍‌ ରାସ୍ତାରେ ତାକୁ ଗୋଡ଼ାଇଥିଲା। ହେଲେ ସେ ମୋଟର ସାଇକେଲ୍‌ ସ୍ପିଡ୍ ଚଳାଇ ପୁଲିସ ହାତରୁ ଖସିଯାଇଥିଲା। ଗତକାଲି ପଞ୍ଜାବର ୭ ଜିଲ୍ଲାର ପୁଲିସ ଅମ୍ରିତପାଲକୁ ଧରିବାକୁ ଗୋଡ଼ାଇବା ଥିଲେ ବି ସେ ଚକ୍‌ମା ଦେଇ ଖସିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହାପରେ ପଞ୍ଜାବରେ ଅନେକ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ହିଂସା ଯେମିତି ନ ହୁଏ ସେଥିପାଇଁ ରାଜ୍ୟରେ ଇଣ୍ଟରନେଟ୍ ସହ ଏସ୍‌ଏମ୍‌ଏସ୍ ସେବା ବନ୍ଦ ରକାଯାଇଛି। ପୁଲିସ କାଲି ତାକୁ ଗୋଡ଼ାଇବା ପରେ ଅମ୍ରିତପାଲର କିଛି ସହଯୋଗୀ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଅପ୍‌ଲୋଡ କରି ସମର୍ଥକଙ୍କୁ ସାଖୋଟରେ ଏକାଠୀ ହେବା ଆହ୍ୱାନ ଦେଇଥିଲେ। ଏହାପରେ ପୁଲିସ ଇଣ୍ଟରନେଟ୍ ଓ ଏସ୍‌ଏମ୍‌ଏସ୍ ସର୍ଭିସ୍ ବନ୍ଦ କରିଦେଇଥିଲା।

ଏହି ଘଟଣା ପରେ ଅମ୍ରିତପାଲ ଗାଁ ଜଲ୍ଲାଉପୁର ଖଇରାରେ ବିପୁଳ ପୁଲିସ ମୁତୟନ କରାଯାଇଥିବା ବେଳେ ପୁଲିସ ଅମ୍ରିତ ପାଲ୍ ବାପାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସୂଚନା ଥାଉକି ପଞ୍ଜାବ ଅଭିନେତା ତଥା ଶିଖ୍ କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁ ପ୍ରତିଷ୍ଠା କରିଥିବା ଚରମପନ୍ଥୀ ସଂଗଠନ ‘ୱାରିସ୍ ପଞ୍ଜାବ ଦି’ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା। ଗତବର୍ଷ ଫେବ୍ରୁଆରୀରେ ଦୀପ ସିଦ୍ଧୁଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଅମ୍ରିତପାଲ ସଂଗଠନର ଦାୟିତ୍ୱ ନେଇଥିଲା।

କହି ରଖୁଛୁ ଯେ ଦୀପ ସିଦ୍ଧୁ କେନ୍ଦ୍ର ସରକାରଙ୍କ କୃଷି ଆଇନ୍‌ ବିରୋଧରେ କୃଷକଙ୍କ ସହ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ। ହିଂସା ଉସ୍‌କାଇବା ଅଭିଯୋଗରେ ତାଙ୍କୁ ଗିରଫ ବି କରାଯାଇଥିଲା। ଗତବର୍ଷ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.