Latest Odisha News

ମିଳିଲା ଧମକ, ଭୁବନେଶ୍ବର ହୋଟେଲ ମନ୍ଦିରରେ ଲୁଚି ବସିଛନ୍ତି ଛଦ୍ମବେଶୀ!

ଭୁବନେଶ୍ବର: ଆସନ୍ତାକାଲିଠୁ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଡିଜିପି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବା ବେଳେ କଡା ସୁରକ୍ଷା ବଳୟରେ ଛାଉଣି ହେଉଛି ରାଜଧାନୀ । ହେଲେ ଏହାରି ଭିତରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ ପନ୍ନୁନ ଏକ ଧମକପୂର୍ଣ୍ଣ ଭିଡିଓ ବାର୍ତ୍ତା ଜାରି କରିଛି । ଯେଉଁଥିରେ ଟାର୍ଗେଟରେ ଡିଜିପି ଏବଂ ଆଇଜି ସମ୍ମିଳନୀ ରହିଥିବା ବେଳେ ଭୁବନେଶ୍ବରର ହୋଟେଲ ଏବଂ ମନ୍ଦିର ଘେରାଉ ନେଇ ସୂଚନା ମିଳିଛି ।

ତେବେ ଭୁବନେଶ୍ୱରରେ ଓଡିଶା ଡିଜିପି ସମ୍ମିଳନୀ ହେବାକୁ ଥିବା ବେଳେ ଏହି ପାନ୍ ଇଣ୍ଡିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହାକୁ ଭଣ୍ଡୁର କରିବା ପାଇଁ ଶିଖ୍ ଫର ଜଷ୍ଟିସ୍  ମୁଖ୍ୟ ଗୁରୁପନ୍ତ ସିଂହ ପନ୍ନୁନ ଏକ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସମର୍ଥକଙ୍କୁ ଭୁବନେଶ୍ୱରର ମନ୍ଦିର-ହୋଟେଲରେ ଛଦ୍ମବେଶରେ ଲୁଚି ରହିବାକୁ ଅନୁରୋଧ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାମ ମନ୍ଦିର ଯିବାକୁ ଚ୍ୟାଲେଞ୍ଜ କରିଛି ପନ୍ନୁନ । ଏଥିସହିତ ସେଠି ନକ୍ସଲ, ମାଓବାଦୀ ଏବଂ କାଶ୍ମୀରୀ ଯୋଦ୍ଧାମାନଙ୍କୁ ଛଦ୍ମବେଶରେ ଲୁଚିରହି ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାପୁ ଆହ୍ବାନ ଦେଇଛି ।

ସେ ଆହୁରି ବି କହିଛି, ୨୦୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ଛାଉଣୀ ଭିତରେଏହି ଡିଜିପି ସମ୍ମିଳନୀ ହେବାକୁ ଯାଉଛି । ଯାହା ଦେଶରେ ଥିବା ଖଲିସ୍ତାନୀ ଶିଖ୍, କଶ୍ମୀର ଯୋଦ୍ଧା ଏବଂ ନକ୍ସଲ ଓ ମାଓଙ୍କୁ ମୂଳପୋଛ କରିବା ପାଇଁ ଆୟୋଜନ କରାଯାଉଛି । ତେଣୁ ୟାକୁ ଭଣ୍ଡୁର କରିବା ପାଇଁ ଆହ୍ବାନ ଦେଇଛି ପନ୍ନୁନ୍ ।

ତେବେ ପନ୍ନୁନର ଏଭଳି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ଓଡିଶା ପୋଲିସ୍ ହାଇ ଆଲଟରେ ଥିବା ମନ୍ତବ୍ୟ ଦେଇଛନ୍ତି ଡିଜିପି ଓ୍ବାଇବି ଖୁରାନିଆ ।

Leave A Reply

Your email address will not be published.