ଭୁବନେଶ୍ଵର: ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ଧମକପୂର୍ଣ୍ଣ ମେଲ୍ ପଠାଇଛି ପନ୍ନୁ । ତେବେ ଏହି ଧମକପୂର୍ଣ୍ଣ ମେସେଜ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍କୁ ଆସିଛି । ଭିଡିଓ ମାଧ୍ୟମରେ ଧମକ ପୂର୍ଣ୍ଣ ମେଲ୍ ଦେଇଛି ପନ୍ନୁ । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି।
ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଧମକ ପୂର୍ଣ୍ଣ ଭିଡିଓରେ ବିମାନ ବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଥିବା ବେଳେ ଭିଭିଆଇପିଙ୍କ ଗସ୍ତ ବେଳେ ଅଘଟଣ ଘଟାଇବାକୁ ଧମକ ଦେଇଛି ପନୁନ।
ସୂଚନାଯୋଗ୍ୟ, ପୂର୍ବରୁ ଡିଜିପି ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏପରି ସମାନ ଢଙ୍ଗରେ ଏକ ଧମକପୂର୍ଣ୍ଣ ମେଲ ଆସିଥିଲା । ସେତେବଳେ ମଧ୍ୟ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଓଡ଼ିଆ ଓ ଇଂରାଜୀରେ ଦୁଇଟି ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଉକ୍ତ ଘଟଣାରେ ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲୁ ରଖିଥିବା ବେଳେ ପୁଣି ଆଉ ଏକ ମେଲ ପୋଲିସର ଚିନ୍ତା ବଢାଇଦେଇଛି । ତେବେ ଏହି ଧମକପୂର୍ଣ୍ଣ ମେଲ୍ ପନ୍ନୁ ଦେଇଛି ନା’ ଆଉ କିଏ ସେ ନେଇ ତଦନ୍ତ ଜାରି ରହିଛି ।
Comments are closed.