Latest Odisha News

BREAKING NEWS

ଖାନ୍ ପରିବାରଙ୍କ ବେଳା ଖରାପ: ଅରବାଜ୍ କହିଲେ………

ନୂଆଦିଲ୍ଲୀ: ୧୨ ଅକ୍ଟୋବର ସେ କଳା ଦିନ ଏବେ ଯେପରି କଳା ବାଦଲ ହୋଇ ‘ଖାନ ପରିବାର’ଙ୍କ ଉପରେ ଛାଇ ରହିଛି । ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଗଲା । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆଗ ଅପେକ୍ଷା ବୃଦ୍ଧି କରାଯାଇଛି । ସେପଟେ ସଲମାନଙ୍କ ଫାର୍ମ ହାଉସକୁ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ରହିଛି ।

ତେବେ ଏହାକୁ ନେଇ ନିଜର ମନ୍ତବ୍ୟ ରଖି ସଲମାନଙ୍କ ଭାଇ ଅରବାଜ୍ କହିଛନ୍ତି, ଏବେ ସମୟ ଖରାପ ଚାଲିଛି । ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ପୂରା ଖାନ୍ ପରିବାର ଭାଙ୍ଗି ପଡିଛି । ବାବା ସିଦ୍ଦିକି ଖାନ୍ ପରିବାରର ଅତି ନିକଟତର ଥିଲେ । ଏଥିସହିତ ସେ ବାନ୍ଦ୍ରା ଅଞ୍ଚଳର ନେତା ଥିଲେ ବୋଲି କହିଛନ୍ତି ଅରବାଜ୍,  ଯେଉଁଠି ବହୁ ବର୍ଷ ଧରି ଖାନ୍ ପରିବାର ରହିଆସୁଛି ।

ତେବେ ଅରବାଜ୍ ଆହୁରି ମଧ୍ୟ କହିଛନ୍ତି, ସେଲିବ୍ରିଟି ହେବାର ପରିଣାମ ଭୋଗୁଛନ୍ତି । ଆମକୁ କେତେ ଲୋକ ଭଲ ପାଇବା ଦେଉଛନ୍ତି ବୋଲି କହିଛନ୍ତି ଅରବାଜ୍ । କେବଳ ସଲମାନଙ୍କୁ ହିଁ ସମ୍ମାନ କରୁନାହାନ୍ତି । ପରିବାର ଲୋକମାନେ ମଧ୍ୟ ଦୁଃଖ ଅନୁଭବ କରୁଛନ୍ତି ।

ତେବେ ସଲମାନ ଖାନ ଓ ତାଙ୍କର କିଛି ପରିବାର ସଦସ୍ୟଙ୍କୁ ପୂର୍ବର ମଧ୍ୟ ଧମକ ମିଳିଥିଲା । କୁଖ୍ୟାତ ଲରେନ୍ସ ବିଷ୍ନୋଇ ଗାଙ୍ଗ ତରଫରୁ ଏମିତି କରାଯାଉଛି ବୋଲି ନିଜେ ମାନିଥିଲା ଗାଙ୍ଗ ।  ତେବେ ୧୯୯୮ ମସିହାରେ ସଲମାନଙ୍କ ହାତରେ ଏକ ହରିଣର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଲରେନ୍ସ ସଲମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ଏପରି କରୁଛି ।

Leave A Reply

Your email address will not be published.