ସୁନ୍ଦରଗଡ : ଆଜିଠୁ ଖୋଲିଲା ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଖଣ୍ଡାଧାର ଜଳପ୍ରପାତ । ନୂଆବର୍ଷ ପୂର୍ବରୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି । କୋଭିଡ୍ ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିଲା ଏହି ପର୍ଯ୍ୟଟନସ୍ଥଳୀ ।
କୋଭିଡ୍ କଟକଣା ଭିତରେ ଖଣ୍ଡାଧାର ଜଳପ୍ରପାତ ବୁଲାବୁଲି କରିବେ ପର୍ଯ୍ୟଟକ । ଭ୍ରମଣ ଅନୁମତି ରହିଥିବା ବେଳେ ବଣଭୋଜିକୁ ବାଦ୍ ଦେଇଛି ପ୍ରଶାସନ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବେ ପର୍ଯ୍ୟଟକ ।
Comments are closed.