Latest Odisha News

BREAKING NEWS

କରୋନା ନିୟମ ମାନି ଚାଲିବ ଖଣ୍ଡଗିରି ମେଳା, ଗାଇଡଲାଇନ୍‌ ଜାରି କଲା ବିଏମସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ BMCର ଗାଇଡଲାଇନ ଜାରି  । ଆସନ୍ତା ମାଘସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ତେଣୁ ଯାତ୍ରାକୁ ମିଳିଛି ଅନୁମତି  । କୋଭିଡ ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି। ୩୦ ତାରିଖରୁ ୫ଟି ପେଣ୍ଡାଲରେ ଆରମ୍ଭ ହେବ ଯାତ୍ରା । ନାଟକ ପରିବେଷଣ କରିବେ ଯାତ୍ରା ପାର୍ଟି। ଏହି ଖଣ୍ଡଗିରି ମେଳା ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ ।

ତେବେ କୋଭିଡ ନିୟମ ଅନୁଯାୟୀ, ଯାତ୍ରା ପେଣ୍ଡାଲ ପ୍ରବେଶ ପଥରେ ଆୟୋଜକ ରଖିବେ ସାନିଟାଇଜର୍  । ଯାତ୍ରା କମିଟି ସଦସ୍ୟ ଏବଂ ସ୍ବେଚ୍ଛାସେବୀମାନେ ସମ୍ପୂର୍ଣ୍ଣ କରୋନା ଟିକା ନେଇଥିବା ଜରୁରୀ। ନିୟମ ଅନୁଯାୟୀ, ଦର୍ଶକଙ୍କ ସିଟ୍‌ ବ୍ୟବସ୍ଥା ରହିବ। ଏଥିସହିତ ଅଗ୍ନି ନିର୍ବାପକ ଡଷ୍ଟବିନ୍‌ ଆଦି ରଖାଯିବା ବାଧ୍ୟତାମୂଳକ ବୋଲି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂରା କରୋନା ନିୟମ ମାନି ଯାତ୍ରା ଚାଲିବ

Leave A Reply

Your email address will not be published.