Latest Odisha News

BREAKING NEWS

ବିରଳ ଅସ୍ତ୍ରୋପଚାର; ହାତରେ ଲାଗିଲା ଗୋଡ ଆଙ୍ଗୁଠି

କଟକ: ଏସସିବି ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର। ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ କରି ଦେଖାଇଛି ଏହି ସଫଳ ଅସ୍ତ୍ରୋପଚାର। ଓଡିଶାରେ ପ୍ରଥମଥର ପାଇଁ ଡାହାଣ ହାତରେ ଲାଗିଲା ବାମ ଗୋଡ଼ ଅଙ୍ଗୁଳି । ଯାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ସଫଳତା।

ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ହାତର ବୁଢା ଅଙ୍ଗୁଳି ସମ୍ପୂର୍ଣ୍ଣ କଟି ଯାଇଥିଲା। ଯାହାକୁ ନେଇ ଉକ୍ତ କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ତିନି ମାସ ତଳେ ସୀତାକାନ୍ତଙ୍କୁ ଏସିବି ମେଡିକଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।   ପ୍ରଥମ ପର୍ଯ୍ୟାୟରେ କାଉନସେଲିଂ କରିବା ପରେ ଅପରେଶନ କରିବା ପାଇଁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି। ୧୦ ଦିନ ତଳେ ହୋଇଥିଲା ଏହି ଅପରେସନ । ବାମ ଗୋଡ଼ ର ଦିତିୟ ଅଙ୍ଗୁଳି ରକ୍ତ ନଳୀ , ସ୍ନାୟୁ , ହାଡ଼କୁ ଅଲଗା କରାଯାଇ ହାତ ବୁଢା ଅଙ୍ଗୁଳି ରେ ଯୋଡ଼ା ଯାଇଛି। 8 ଜଣ ଦକ୍ଷ ଡକ୍ଟର ଏହି ବିରଳ ଅପରେସନରେ ସାମିଲ ଥିଲେ। ୮ ଘଣ୍ଟାର ଅପରେସନ ପରେ ହାତରେ ଲାଗିଲା ଗୋଡ ଆଙ୍ଗୁଠି । ଏହା ପରେ  ନୂଆ ଜୀବନ ପାଇଛନ୍ତି ୨୫ ବର୍ଷୀୟ ଯୁବକ ସୀତାକାନ୍ତ । ବର୍ତ୍ତମାନ ଉକ୍ତ ଯୁବକ ସମ୍ପୂର୍ଣ୍ଣ ସୁସ୍ଥ ରହିଛି ।
ଭବିଷ୍ୟତରେ  କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ଅସୁବିଧା ଉପୁଜିବନି ବୋଲି ଆଶ୍ୱାସନା ଦେଇଛନ୍ତି ଡାକ୍ତର । ସେହିପରି ଗୋଡ଼ ମଧ୍ୟ ପୂର୍ବ ପରି କାର୍ଯ୍ୟ କରିବ ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ।

Leave A Reply

Your email address will not be published.