Latest Odisha News

BREAKING NEWS

କମ୍ପୁଛି ଖଣ୍ଡଗିରି ଯାତ୍ରା ମହୋତ୍ସବ; ଜାଣନ୍ତୁ, ଲଭଲୀଙ୍କ ଆଇଟମ୍ ଡ୍ୟାନ୍ସ ଦେଖି କ’ଣ କହିଲେ ରାନୀ ପଣ୍ଡା !

ଭୁବନେଶ୍ୱର: ବହୁ ଚର୍ଚ୍ଚିତା ରାନୀ ପଣ୍ଡାଙ୍କ ପରେ ଏବେ ଲୋକଲୋଚନକୁ ଆସିଛନ୍ତି ଆଇଟମ୍ ଡ୍ୟାନ୍ସର୍ ଲଭଲୀ । ଖଣ୍ଡଗିରି ଯାତ୍ରା ମହୋତ୍ସବରେ ଲଭଲୀଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ଏବେ ସୃଷ୍ଟି ହୋଇଛି ଝଡ଼ । କଳିଙ୍ଗ ଗଣନାଟ୍ୟର ହଟ୍ ଡ୍ୟାନ୍ସର୍ ଲଭଲୀଙ୍କ ସେକ୍ସି ଡ୍ୟାନ୍ସ ଦେଖିବା ପରେ ଅନେକ ଦର୍ଶକ କହିଛନ୍ତି ଯେ, ରାନୀ ପଣ୍ଡାଙ୍କୁ ଟପିଗଲେ ଲଭଲୀ ।

ସମସ୍ତ କାଇଦା କଟକଣାକୁ ବେଖାତିର୍ କରି ଲଭଲୀ ଦର୍ଶକଙ୍କ ଆଗରେ ନିଜକୁ ସମ୍ପୂର୍ଣ୍ଣ ଖୋଲିଦେଇଛନ୍ତି । ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଲଜ୍ଜା ସରମକୁ ଭୃକ୍ଷେପ ନ’କରି ଲଭଲୀ ଏକ ଆଇଟମ୍ ଗୀତରେ ଅଙ୍ଗ ପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି ।

ଗୋଟିଏ ପଟେ ଲଭଲୀ ଗୋଟିଏ ପରେ ଗୋଟିଏ ରାତି ଅଶ୍ଳୀଳ ଡ୍ୟାନ୍ସ କରିଚାଲିଥିବା ବେଳେ ସେପଟେ ବିଭିନ୍ନ ସମାଜ ସୁରକ୍ଷା ସଂଗଠନ ଗୁଡ଼ିକ ଏହାକୁ ବିରୋଧ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ନାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଖୁଲମଖୁଲା ଅଶ୍ଳୀଳ ନୃତ୍ୟକୁ ଘୋର ବିରୋଧ କରାଯାଇଛି ।

ତେବେ ଆଇଟମ୍ ଗାର୍ଲ ଲଭଲୀଙ୍କ ଏହି ହଟ୍ ଡ୍ୟାନ୍ସ ସମ୍ପର୍କରେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି । ଆଟମମ୍ ଗାର୍ଲ ରାନୀ କିନ୍ତୁ ଲଭଲୀଙ୍କ ବିରୋଧରେ ପଦୁଟିଏ ବି କହିନାହାନ୍ତି, ମାତ୍ର ଯାତ୍ରା ଆୟୋଜକମାନଙ୍କ ପ୍ରତି ପ୍ରଶ୍ନ ଉଠାଇଛନ୍ତି ।

ଯାତ୍ରା ପରି ଏକ ଖୋଲା ରଙ୍ଗମଞ୍ଚରେ ଆଇଟମ୍ ଗାର୍ଲ ରାନୀ ପଣ୍ଡା କଟକଣାର ଲକ୍ଷ୍ମଣରେଖା ପାର କରିଯାଇ ଗତ କିଛି ବର୍ଷ ହେଲା ଅଙ୍ଗ ପ୍ରଦର୍ଶନ କରି ଆସୁଛନ୍ତି । ତାଙ୍କର ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହିତ ତାଙ୍କୁ ଯାତ୍ରା ପେଣ୍ଡାଲରୁ ଦୁରେଇ ରଖିବାକୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା । ଏପରିକି ଚଳିତ ବର୍ଷର ଚର୍ଚ୍ଚିତ ଖଣ୍ଡଗିରି ଯାତ୍ରା ମହୋତ୍ସବରେ ରାନୀଙ୍କୁ ବ୍ୟାନ କରାଯାଇଛି । ରାନୀଙ୍କୁ ଯାତ୍ରା ପେଣ୍ଡାଲରୁ ବାଦ କରାଯିବା ପରେ ରାନୀ ନିଜର କ୍ଷୋଭ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ତେବେ ରାନୀଙ୍କ ପରେ ଲଭଲୀ ଅଙ୍ଗ ପ୍ରଦର୍ଶନ କରିଥିବାରୁ ରାନୀ ପଣ୍ଡା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ରାନୀ କହିଛନ୍ତି ଯେ, ଯଦି ପ୍ରଶାସନର ବାରଣ ସତ୍ୱେ ରାନୀ ପଣ୍ଡାକୁ ଯାତ୍ରାରୁ ବାଦ୍ କରାଗଲା ତେବେ ଲଭଲୀ କିପରି ଖୋଲା ମଞ୍ଚରେ ମନଇଛା ଅଙ୍ଗ ପ୍ରଦର୍ଶନ କରୁଛି? ଏହା କ’ଣ ନ୍ୟାୟ? ଖଣ୍ଡଗିରି ଯାତ୍ରା ଆୟୋଜକମାନେ ରାନୀ ପଣ୍ଡା ପ୍ରତି ଘୋର ଅନ୍ୟାୟ କରିଛନ୍ତି, ରାନୀ ପଣ୍ଡାକୁ ଖଣ୍ଡଗିରିରେ ସୁଯୋଗ ନଦେଇ ଭୁଲ୍ କରିଛନ୍ତି ବୋଲି ଏହି ଆଇଟମ୍ ଗାର୍ଲ ଅଭିଯୋଗ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମହୋତ୍ସବ ଆସନ୍ତା ୧୬ ତାରିଖ ଯାଏଁ ଚାଲିବ । ତେବେ ପେଣ୍ଡାଲରେ ଅଶ୍ଳୀଳତାକୁ ନେଇ ଏବେ ସୋସିଆଲ୍ ମିଡ଼ିଆ ସମେତ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ଚର୍ଚ୍ଚା ଜୋର୍ ଧରିଛି । ଖୋଲା ରଙ୍ଗମଞ୍ଚରେ ଅଙ୍ଗ ପ୍ରଦର୍ଶନ ଏବଂ ଅଶ୍ଳୀଳତାକୁ ବନ୍ଦ କରାଯିବା ନିହାତି ଆବଶ୍ୟକ ବୋଲି ସବୁ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.