Latest Odisha News

BREAKING NEWS

ଥମୁନି କରୋନା: ଚୀନରେ ନେଲାଣି ୯୦୨ ମୁଣ୍ଡ

ବେଜିଂ: ଥମିବାର ନା ନେଉନାହଁ ମାରାତ୍ମକ କରୋନା ଭାଇରସ । ଧୀରେ ଧୀରେ ନିଜର କୟ ବିସ୍ତାର କରିଚାଲିଛି ଏହି ମାରାତ୍ମକ ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୯୦୨ ଛୁଇଁଛି । ଏହାବ୍ୟତିତ ୪୦ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।


ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୬୫୬ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରେ ପହଞ୍ଚିଥିବା ବେଳେ ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର ।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାକୁ ଡାକ୍ତରୀ ଟିମ୍ ପଠାଇବା ଲାଗି ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ମୃତକମାନଙ୍କ ମଧ୍ୟରୁ ୯୦୧ ଜଣ ଚୀନର ନାଗରିକ ହୋଇଥିଲା ବେଳେ ୨ ଜଣ ହଙ୍ଗକଙ୍ଗ ଓ ଫିଲିପାଇନ୍ସ ନାଗରିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୨ ଓ ୨୦୦୩ରେ ସାର୍ସ ସଂକ୍ରମଣ ଯୋଗୁଁ ୭୭୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୦୯୬ ଲୋକ ସଂକ୍ରମଣର ଶିକାର ହୋଇଥିଲେ । ହୁବେଇ ସହର କରୋନାଭାଇରସର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।

Leave A Reply

Your email address will not be published.