କଟକ: ପୁଣି ଫେରିଲା କଣ୍ଟେନମେଣ୍ଟ । ୧୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁକୁ କଣ୍ଟେନମେଣ୍ଟ ଜୋନା ଘୋଷଣା କରିଛି କଟକ ଜିଲ୍ଲା ପ୍ରଶାସନ । କଣ୍ଟାପଡ଼ା ବ୍ଲକ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପ-ଜିଲ୍ଲାପାଳ । ଗାଁର ଗୋଟିଏ ପରିବାରର ପ୍ରାୟ ୧୪ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ସେଥିରୁ ୧୩ଟି ରିପୋର୍ଟ ପଜିଟିଭ୍ ଆସିଛି ।
ଆକ୍ରାନ୍ତଙ୍କ ସଂକ୍ରମିତଙ୍କ ଭିତରେ ବୟସ୍କ ଓ ଛୋଟ ପିଲା ରହିଛନ୍ତି । ଏହାପରେ ସତର୍କତାମୂଳକ ପଦକ୍ଷେପ ଭାବରେ ସରକାରଙ୍କ ଗାଇଡଲାଇନ ଅନୁସାରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଆଠଗଡ ବ୍ଲକ ଯୋରନ୍ଦା ପଞ୍ଚାୟତର ପାଇକେରାପୁର ଗ୍ରାମରୁ ୯ଜଣ କରୋନା ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ ୨୪ ତାରିଖରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
Comments are closed.