Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୨୨, ୨୭୨ କରୋନା ପଜିଟିଭ୍, ୨୫୧ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୮ଲକ୍ଷ ୫୩ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୨ହଜାର ୨୭୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୬୯ହଜାର ୧୧୮କୁ ବୃଦ୍ଧି ପାଇଛି ।

ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୨୨ହଜାର ୨୭୪ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୯୭ଲକ୍ଷ ୪୦ହଜାର ୧୦୮ରେ ପହଞ୍ଚିଛି । ସୁସ୍ଥହାର ରହିଛି ୯୫.୭୮% ।

ସେହିପରି ବଢୁଛି ଡେଥ୍ କେସ୍ । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ୨୫୧ କରୋନା ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମହାମାରୀ ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୭ହଜାର ୩୪୩ ଛୁଇଁଛି । ମୃତ୍ୟୁହାର ରହିଛି ୧.୪୫% ।

 

Leave A Reply

Your email address will not be published.