Latest Odisha News

BREAKING NEWS

DJ ଆଜେକ୍ସ ଆତ୍ମହତ୍ୟା ମାମଲା, ବାନ୍ଧବୀ ଓ ପୁରୁଷବନ୍ଧୁଙ୍କ CDR ରିପୋର୍ଟ ମାଗିଲା ପୋଲିସ

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଆତ୍ମହତ୍ୟା ପଛରେ ଅର୍ଥ ଦେଣନେଣ ଓ ବ୍ଲାକମେଲିଂ ନେଇ ପୋଲିସକୁ ସୁରାକ୍ ମିଳିଥିବା ଚର୍ଚ୍ଚା ହେଉଛି।

ସେପଟେ ମୃତ୍ୟୁ ରହସ୍ୟ ଖୋଲିବାକୁ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ପୋଲିସ ସିଡିଆର ରିପୋର୍ଟ ମାଗି ଯାଞ୍ଚ ଚଳାଇଛି । କଲ ରେକର୍ଡରୁ ଆଜେକ୍ସ ଶେଷ ଥର କାହା ସହ ଓ କାହା ସାଙ୍ଗରେ ସର୍ବାଧିକଥର କଥା ହୋଇଛନ୍ତି ଆଦିର ତଥ୍ୟ ମୃତ୍ୟୁ ପଛର କାରଣ ଖୋଲିପାରେ ବୋଲି ଅନିମାନ କରାଯାଉଛି । ଖାସ କରି ଆଜେକ୍ସ ତାଙ୍କ ଗାର୍ଲଫ୍ରେଣ୍ଡ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଣ କଥା ହୋଇଥିଲେ, ସେସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରୁ ସ୍ପଷ୍ଟ ହେବ । ଏଥିସହ ଆଜେକ୍ସଙ୍କ ଆକାଉଣ୍ଟରୁ ହୋଇଥିବା ଟ୍ରାଞ୍ଜାକ୍ସନ ବିଷୟରେ ଜାଣିବାକୁ ବ୍ୟାଙ୍କ ସହ ଯୋଗାଯୋଗ କରିଛି ଖାରବେଳନଗର ଥାନା ପୋଲିସ। ପ୍ରେମିକାଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ବ୍ୟାଙ୍କକୁ ତଥ୍ଯ ମଗାଯାଇଛି । ସୂଚନା ଅନୁସାରେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରେମିକାଙ୍କୁ ଡିଜେ ଆଜେକ୍ସ ଦେଇଥିବା ସୂଚନା ମିଲିଛି । ସେପଟେ ଖୁବଶୀଘ୍ର ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଶନିବାର ସଂଧ୍ୟାରେ ଆଜେକ୍ସ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଏହା ପଛରେ ତାଙ୍କ ପ୍ରେମିକା ଓ ପୁରୁଷବନ୍ଧୁ ରହିଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଓ ଦଫା ୩୪ରେ ପୋଲିସ ମାମଲା ରୁଜୁ କରିଥିବାବେଳେ ଏବେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.