Latest Odisha News

[ଦେଖନ୍ତୁ ଭିଡିଓ] ଡାକ୍ତରଙ୍କୁ ମାଡ଼ ମାରି ବନ୍ଧା ହେଲେ ୨ ଅଭିଯୁକ୍ତ

ନୂଆପଡ଼ା: ବିଚ୍ ରାସ୍ତାରେ ଡାକ୍ତରଙ୍କୁ ମାଡ଼ । ଚପଲରେ ମାଡ଼ ମାରି ବନ୍ଧାହେଲେ ୨ ଅଭିଯୁକ୍ତ । ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦିନବନ୍ଧୁ ମହାନନ୍ଦଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଦୁଧେସ ମୁଁଗରୀ ଓ ପ୍ରବୀଣ ପଟେଲ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଖଡ଼ିଆଳ ଏସଡିପିଓ ।

ଗତ ୧୨ ତାରିଖ ଦନ ଦି ପ୍ରହରରେ ବିଚ୍ ରାସ୍ତା ଉପରେ ଡାକ୍ତରଙ୍କୁ ଚପଲରେ ପିଟିଥିଲେ ଅଭିଯୁକ୍ତ । ଭାଇରାଲ୍ ଭିଡିଓରେ ଡାକ୍ତରଙ୍କୁ ଅଭିଯୁକ୍ତ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଦେଖା ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖା ଦେଇଥିଲା । ଏନେଇ ଡାକ୍ତର ଦିନବନ୍ଧୁ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ମଧ୍ୟ ଥାନାକୁ ଯାଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଦାବି କରିଥିଲେ ।

ଦିନକୁ ଦିନ ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ଉପରେ ଆକ୍ରମଣ ମାମଲା ବଢ଼ି ଚାଲିଛି । କେବେ ମେଡିକାଲରେ ତ ଆଉ କେବେ ବିଚ୍ ରାସ୍ତାରେ ରୋଗୀ ସେବାରେ ବିଳମ୍ବକୁ ଦାୟୀ କରି ଆକ୍ରମଣ ହେଉଥିବା ବେଳେ ସୁରକ୍ଷା ପ୍ରଦାନ ପାଇଁ ଦାବି ହେଉଛି ।

Comments are closed.