Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ଶ୍ରୀଲଙ୍କାରେ ସ୍ଥିତି ସଙ୍ଗୀନ । କଲମ୍ବୋରେ କର୍ଫ୍ୟୁ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର ।  ଆଜି ମଧ୍ୟାହ୍ନ ୧୨ ଟାରୁ ଆସନ୍ତା କାଲି ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଲମ୍ବୋ ସହରରେ କର୍ଫ୍ୟୁ ବଳବତ୍ତର । ଆର୍ଥିକ ସଙ୍କଟ ସହ ଏବେ ରାଜନୈତିକ ଅସ୍ଥିରିତା ମଧ୍ୟରେ  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଏବେ ମାଲଦ୍ୱୀପ ଛାଡି ସିଙ୍ଗାପୁର ଚାଲିଯାଇଛନ୍ତି  ।
  • ବିଧାନସଭା ଆରମ୍ଭ ହେବା ମାତ୍ରକେ ହଟ୍ଟଗୋଳ । ପ୍ରଶ୍ନକାଳରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା  ଅଶାଳୀନ ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ହାତରେ ବ୍ୟାନର ଧରି ଗୃହ ବାହାରେ ବିଜେପି ସଦସ୍ୟମାନେ ପ୍ରତିବାଦ  କରିଥିଲେ ।

  • ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୭୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
  • ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା  ଲାଗି ରହିବ । ଦକ୍ଷିଣ ଉପକୂଳ ଓ ଏହାର ଆଖପାଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି
  • ୨୫ ରାଜ୍ୟରେ ବର୍ଷାର ତାଣ୍ଡବ । ବନ୍ୟା ଓ ଭୂସ୍ଖଳନ ଫଳରେ ୨୧୮ ଜଣଙ୍କର ମୃତ୍ୟୁ ହୋଇଛି ।  ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ବର୍ଷା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୮୪ ଜଣଙ୍କର ମୃତ୍ୟୁ ହୋଇଛି 
  •  ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଯୁକ୍ତତିନି ତୃତୀୟ ବର୍ଷର ଏଜୁକେଶନ ପ୍ରଶ୍ନପତ୍ର ଲିକ ଯୋଗୁଁ ପରୀକ୍ଷା ବାତିଲ କରାଯାଇଛି। ପ୍ରଶ୍ନପତ୍ର ଲିକ ହୋଇଥିବା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜ କର୍ତ୍ତୁପକ୍ଷ କହିଛନ୍ତି ।
  •   ସରକାରକୁ ଆସିବା ପରେ ମହରାଷ୍ଟ୍ର କ୍ୟାବିନେଟରେ ଏକନାଥ ସିନ୍ଦେଙ୍କ ବଡ଼ ନିଷ୍ପତ୍ତି । ମହାରାଷ୍ଟ୍ରରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଲିଟର ପ୍ରତି ୫ଟଙ୍କା, ଡିଜେଲ ଲିଟର ପ୍ରତି ୩ଟଙ୍କା କମିଛି । ତେଲ ଦର କମିବା ନେଇ ପ୍ରଥମରୁ ସିନ୍ଦେ ସରକାର ନିଷ୍ପତ୍ତି ନେଇଥିଲେ । କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି ।    
  • କେରଳରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ କେସ୍ । ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି । ଆକ୍ରାନ୍ତ ବ୍ୟକ୍ତି ନିକଟରେ ବିଦେଶରୁ ଫେରିଥିଲେ । ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    • ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ୟୁନିଫିକେସନ ଚର୍ଚ୍ଚକୁ ଦାନ କଲେ ୧ ମିଲିୟନ ଡଲାର , ଜାପାନର ୟୁନିଫିକେସନ୍ ଚର୍ଚ୍ଚ ସେ ଜଣେ ସଦସ୍ୟ ବୋଲି ସୁନିଶ୍ଚିତ କରିଛି ।  ତେବେ  ଆବେଙ୍କ ହତ୍ୟାକାରୀ ତାଙ୍କ କାର୍ଯ୍ୟକଳାପକୁ ତାଙ୍କ ମା’ଙ୍କ ୟୁନିଫିକେସନ୍ ଚର୍ଚ୍ଚର ସଦସ୍ୟତା ସହିତ ଯୋଡିଛନ୍ତି ।
    • ବୁମରା ଏକ ନମ୍ବର ବୋଲର , ଦିନିକିଆରେ ପାକିସ୍ତାନକୁ ପଛରେ ପକାଇଲା ଭାରତ । ଭାରତ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଯାଇଛି । ପାକିସ୍ତାନ ୧୦୬ ପଏଣ୍ଟ ସହ ୪ ର୍ଥ ସ୍ଥାନକୁ ଖସି ଯାଇଛି । ଭାରତ ମଙ୍ଗଳବାର ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଥିଲା । ଯଶପ୍ରୀତ ବୁମ୍ରାଙ୍କ ୬ ୱିକେଟ ସଫଳତା ଯୋଗୁ ଇଂଲଣ୍ଡ ୧୧୦ରେ ଅଲଆଉଟ ହୋଇଯାଇଥିଲା । ଟିମ ଇଣ୍ଡିଆ ୧୧୧ ରନର ଟାର୍ଗେଟକୁ ବିନା କୌଣସି ୱିକେଟ ହରାଇ ୧୮୮ ବଲ ପୂର୍ବରୁ ହାସଲ କରି ନେଇଥିଲା ।
    • ମହିଳା ହକି ବିଶ୍ୱକପ : ସରିଲା ଭାରତର ଅଭିଯାନ,ମହିଳା ହକି ବିଶ୍ୱକପ୍‌ରେ ଭାରତ ବୁଧବାର ଶେଷ ପୋଜିସନ୍‌ ମ୍ୟାଚ୍‌ରେ ଜାପାନକୁ ୩-୧ ଗୋଲରେ ପରାଜିତ କରିଛି । ଏଥିସହ ଦଳର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଛି ।
    •  ଭାରତୀୟ ଦଳର ଷ୍ଟାର୍ ବୋଲର ଆର ଅଶ୍ୱିନ କ୍ରିକେଟକୁ ନେଇ ଏକ ନୂଆ ପ୍ରଶ୍ନ ଉଠାଇଛନ୍ତି । ଅଧିକାଂଶ ସମୟରେ ନିଜ ସ୍ୱତନ୍ତ୍ର ଥିଓରୀକୁ ନେଇ ଚର୍ଚ୍ଚାରେ ରହୁଥିବା ଅଶ୍ୱିନ ସ୍ୱିଚ୍ ସଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ବ୍ୟାଟର ସ୍ୱିଚ୍ ସଟ୍ ଖେଳିଲେ ଏଲବିଡବଲୁ ନିୟମ ବଦଳାଇବା ଦରକାର ଓ ବୋଲର୍ସଙ୍କ ହକରେ କିଛି ନିଷ୍ପତ୍ତି ନେବା ଦରକାର ବୋଲି ସେ କହିଛନ୍ତି ।
    • କଙ୍ଗନା ରାଣାୱତଙ୍କ ଫିଲ୍ମ ଏମର୍ଜନସିର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଥିଲା । ବର୍ତ୍ତମାନ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି।  ଫାଷ୍ଟ ଲୁକ୍‌ରେ କଙ୍ଗନା ରାନାୱତ ଇନ୍ଦିରା ଗାନ୍ଧୀଙ୍କ ଗେଟଅପ୍ ରେ ଡାଏଲଗ୍‌ କହୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଲୁକକୁ  ବହୁତ ପ୍ରଶଂସା କରାଯାଉଛି ଏବଂ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ଫାଷ୍ଟ ଲୁକ୍‌ ।
  • ବଲିଉଡ଼ ଷ୍ଟାର ସଲମାନଙ୍କ ବଡୁଛି ଡିମାଣ୍ଡ। କଣ୍ଟ୍ରୋଭର୍ସିଆଲ ସୋ ବିଗ୍ ବସ୍ ନେଇ ନିଜର ଫି ୩ ଗୁଣା ବଢାଇଛନ୍ତି। ବିଗ୍ ବସ୍ -୧୬ ସିଜିନ୍ ପାଇଁ ଏବେ ସଲମାନ୍ ୧୦୫୦ କୋଟି ଦାବି କରିଛନ୍ତି। ଯାହା ନିର୍ମାତାଙ୍କ ହୋସ୍ ଉଡ଼ାଇ ଦେଇଛି।
    • ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲ୍ଲିକା ଶେରାୱତ। ଏଥର ଦୀପିକା ପାଦୁକୋନଙ୍କୁ ମନ୍ତବ୍ୟ ଦେଇ ଟ୍ରୋଲ୍ ହୋଇଛନ୍ତି। ନିଜ ଫିଲ୍ମ ମର୍ଡ଼ର ସହିତ ଗେହରାୟିୟାଁ ମୁଭିକୁ ତୁଳନା କରିଛନ୍ତି। ୧୫ ବର୍ଷତଳେ ସେ ଯାହା କରିଛନ୍ତି ଏବେ ଦୀପିକା ସେଇ ଅଭିନୟ କରି ପୋପୁଲାର ହୋଇଥିବା କହିଛନ୍ତି ମଲ୍ଲିକା।

 

 

 

 

Leave A Reply

Your email address will not be published.