Latest Odisha News

BREAKING NEWS

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଖସାପଡା ଲାଗି’ ନୀତି, ଆଜି ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ର କୃଷ୍ଣ ନବମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଖସାପଡା ଲାଗି’ ନୀତି ଅନୁଷ୍ଠିତ ହେବ। ଏଥିପାଇଁ କିଛି ସମୟ ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଅପରାହ୍ନ ଘ. ୪.୩୦ ରୁ ରାତି ଘ ୮.୦୦ ଟା ପର୍ଯ୍ୟନ୍ତ ଆପାତତଃ ଦର୍ଶନ ବନ୍ଦ ରହିବ ।

ସୂଚନା ଅନୁଯାୟୀ ଏପ୍ରିଲ ୫ ତାରିଖ ତଥା ସୋମବାର ଦିନ ଚୈତ୍ର କୃଷ୍ଣ ନବମୀ ତିଥି ଅବସରରେ ଶ୍ରୀଜୀଉ ମାନଙ୍କ ‘ଖସାପଡା ଲାଗି’ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ପରେ ଆପାତତଃ ଶ୍ରୀ ଜିଉଙ୍କ ଦର୍ଶନ ବନ୍ଦ ରହିବ।

ଦଇତାପତି ସେବକ ମାନେ ମହାପ୍ରଭୁଙ୍କର ଏହି ନୀତି ସମ୍ପାଦନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଦ୍ଦଣ୍ଟ କରାଯାଇଛି । ତେବେ ଏହି ନୀତି ମହାପ୍ରଭୁଙ୍କ ଏକ ଗୁପ୍ତ ନୀତି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ।

Comments are closed.