Latest Odisha News

BREAKING NEWS

‘ଖତରୋ କେ ଖିଲାଡି-୧୨’ର ୱିନର ହେଲେ ତୁଷାର କାଲିଆ, ହାତେଇଲେ ଦାମୀ କାର

ମୁମ୍ବାଇ: ଦୀର୍ଘ ପ୍ରତିକ୍ଷାର ଘଟିଲା ଅନ୍ତ। ‘ଖତରୋ କେ ଖିଲାଡି-୧୨’ର ୱିନର ହେଲେ କୋରିଓଗ୍ରାଫର ତୁଷାର କାଲିଆ। ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ’ର ଗ୍ରାଣ୍ଡ ଫିନାଲିରେ ‘ଖତରୋ କେ ଖିଲାଡି-୧୨’ର ଟ୍ରୋଫି ହାତେଇଲେ ତୁଷାର। ଏହି ଫିନାଲିରେ ରୋହିତଙ୍କ ଅପକମିଂ ଫିଲ୍ମ ‘ସର୍କସ’ରେ ଅଭିନୟ କରୁଥିବା ରଣଭୀର ସିଂ, ପୂଜା ହେଗଡେ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ବରୁଣ ଶର୍ମା ଏବଂ ଜନି ଲିଭର ଯୋଗ ଦେଇଥିଲେ।

ତୁଷାର ଅନ୍ତିମ ଷ୍ଟଣ୍ଟରେ ଟେଲି ହାର୍ଟଥ୍ରୋବ ମୋହିତ ମଲିକ ଏବଂ ସୋସିଆଲ ମିଡିଆ ଇନଫ୍ଲିଏନ୍ସର ଫୈଜଲ ଶେଖ ଆକାଙ୍କୁ ପରାସ୍ତ କରି ଉକ୍ତ ଶୋ’ର ବିଜେତା ହୋଇଛନ୍ତି। ବିଜୟୀଙ୍କୁ ଏକ ନୂତନ ମାରୁତି ସୁଜୁକି ସ୍ୱିଫ୍ଟ କାର ଏବଂ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଭାବେ ଦିଆଗଲା। ଫୈଜଲ ଏହି ଶୋ’ର ରନର୍-ଅପ୍ ହୋଇଛନ୍ତି।

ଶୋ’ର ଶେଷ ଏପିସଡ଼ରେ ପାଞ୍ଚ ଜଣ ଫାଇନାଲିଷ୍ଟ ଥିଲେ। ରୁବିନା ଦଲାଇକା, ମୋହିତ, ଜନ୍ନତ ଜୁବୈର, କନିକା ମାନ ଏବଂ ଫୈଜଲ ଶେଖଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ଟକ୍କର। ଶାନ୍ତନୁ ମହେଶ୍ୱରୀ ଏବଂ ପୁନିତ ଜେ ପାଠକଙ୍କ ପରେ ଶୋ’ରେ ଜିତିଥିବା ତୁଷାର ହେଉଛନ୍ତି ତୃତୀୟ କୋରିଓଗ୍ରାଫର୍। ସାଉଥ ଆଫ୍ରିକାର କ୍ୟାପ ଟାଉନରେ ଆୟୋଜିତ ଏହି ଶୋ’ରେ ତୁଷାର ଆରମ୍ଭରୁ ଭଲ ଖେଳିଛନ୍ତି। କୌଣସି ଷ୍ଟଣ୍ଟ କରିବାକୁ ପଛଘୁଞ୍ଚା ଦେଇନଥିଲେ ତୁଷାର। ବର୍ତ୍ତମାନ ‘ଖତରୋ କେ ଖିଲାଡି-୧୨’ ଶେଷ ହୋଇଛି। ଏହି ଶୋ ପରିବର୍ତ୍ତେ ଅକ୍ଟୋବର ୧ ତାରିଖରୁ ‘ବିଗ୍ ବସ୍-୧୬’ ଆରମ୍ଭ ହେବାକୁ ଯାଉଛି।

Comments are closed.