Latest Odisha News

BREAKING NEWS

ଦିଦିଙ୍କ ଖେଲା ହୋବେ, ମୋଦିଙ୍କ ଜବାବ ଖେଲା ଶେଷ ହୋବେ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବ୍ୟାଟଲ୍ ଗ୍ରାଉଣ୍ଡ । ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି ନାରା ଦେଉଛନ୍ତି । ତାଙ୍କୁ ଆଜି ପୁରୁଲିଆରେ ପ୍ରଚାର ବେଳେ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଦିଙ୍କ ଖେଲା ହୋବେ ନାରା ପରେ ମୋଦି କହିଛନ୍ତି ଖେଲା ଶେଷ ହୋବେ । ପଶ୍ଚିମବଙ୍ଗରେ ମମତା ଦଶ ବର୍ଷ ଖେଳିଲେ । ଏବେ ଖେଳ ଖତମ ହେବ ଓ କେବଳ ବିକାଶ ହୋବେ ବୋଲି ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ ପଶ୍ଚିମବଙ୍ଗବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ପୁରୁଲିଆ ପ୍ରଚାର ସଭାରେ ଜନକଲ୍ୟାଣକାରୀ ଯୋଜନା ପ୍ରସଙ୍ଗ ଉଠାଇ ମମତାଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ, ପୁରୁଲିଆକୁ ପଛୁଆ ଅଞ୍ଚଳ କରିଥିବାରୁ ମମତା ଦିଦିଙ୍କୁ ହିସାବ ଦେବାକୁ ହେବ । ପଶ୍ଚିମବଙ୍ଗର ସବୁ ଅଞ୍ଚଳରୁ ରେଳ ସେବା ଯୋଗାଇବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ଲୋକଙ୍କୁ ଭରସା ଦେଇଛନ୍ତି ପଶ୍ଚିମବଙ୍ଗରେ ଡବଲ୍ ଇଞ୍ଜିନ ସରକାର ହେବ । ଏହାଦ୍ୱାରା ବିକାଶ ହେବ ଓ ଲୋକଙ୍କ ଜୀବନଧାରଣ ମାନ ଅଧିକ ସୁବିଧା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.