Latest Odisha News

BREAKING NEWS

ବିଜେପି ବିଧାୟକଙ୍କୁ ଆଲୋଚନାରେ କି ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠିାଇବା ଓ ବିଧାନସଭା ଅଚଳାବସ୍ଥା ସମ୍ପର୍କରେ ବିଜେପି ବିଧାୟକଙ୍କ ସହ ନବୀନ ନିବାସରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହର ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେପି ବିଧାୟକ । ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଥିଲେ । ଗେଟ୍ ଆଗରେ ଧାରଣା ଦେଇଥିଲେ ବିଧାୟକ । ନବୀନ ନିବାସରୁ ବାହାରି ସେମାନଙ୍କୁ ଭେଟିବା ସହ ଭିତରକୁ ଆଲୋଚନା ପାଇଁ ଡାକିଥିଲେ ମୁଖ୍ୟମନ୍ତ୍ରୀ । ପରେ ଆଲୋଚନା ହୋଇଥିଲା ଓ ଆଲୋଚନା ସଫଳ ହୋଇଛି ବୋଲି ବିଜେପି ବିଧାୟକମାନେ କହିଛନ୍ତି ।

ମଣ୍ଡିରୁ ଧାନ ଉଠିବା ନେଇ ଦେଖାଦେଇଥିବା ଅସୁବିଧାର ଆଲୋନଚା ପାଇଁ ଦିନେ ଦୁଇ ଦିନ ଭିତରେ ସର୍ବଦଳୀୟ ବୈଠକ ଡାକିବେ ମୁଖ୍ୟମନ୍ତ୍ରୀ । ଏନେଇ ବିଜେପି ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସୂଚନା ଦେଇଛନ୍ତି ବିଜେପି ନେତା ବିଷ୍ଣୁ ସେଠୀ ।  ଖୁବଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଷ୍ଣୁ ସେଠା କହିଛନ୍ତି, ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ପ୍ରଥମ ଘଟଣା ।

କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ ସେ ନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ସେ କହିଛନ୍ତି, ବିଜେପି ବିଧାୟକଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଧାନ ସଂଗ୍ରହ ଚାଲିଛି ଓ ଆଗକୁ ଗୃହ ସ୍ୱାଭାବିକ ହେବ ବୋଲି ସେ ଆଶା ରଖିଛନ୍ତି ।

Leave A Reply

Your email address will not be published.