Latest Odisha News

ଖୋ ଖୋ ସିରିଜ: ଆନ୍ଧ୍ର ବିପକ୍ଷରେ ଓଡିଶା ୨-୦ରେ ଅଗ୍ରଣୀ

ପୁରୀ: ତାଳବଣିଆସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପ୍ରସ୍ତୁତିମୂଳକ ଅଭ୍ୟାସ ସିରିଜ ଆୟୋଜିତ ହେଉଛି । ସୋମବାର ଅନୁଷ୍ଠିତ ୨ଟି ଯାକ ମୁକାବିଲାରେ ଓଡିଶା ବିଜୟ ହାସଲ କରିଛି । ଓଭରାଲ ୬ଟି ମ୍ୟାଚ ଖେଳାଯିବ । ଓଡିଶା ଦଳର ନେତୃତ୍ୱ ଦେବେଳ ନାଥ ନେଇଥିବା ବେଳେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପି.ଶିବାରେଡ୍ଡୀ ଏହି ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ରାଜ୍ୟ ଖୋ ଖୋ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ , କୋଚ ସଞ୍ଜୀବ ଶର୍ମା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ଓଡିଶାର ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯାଇ ଏଠାରେ ଅଭ୍ୟାସ ଶିବିର ଆୟୋଜିତ ହେଉଛି । ପୂର୍ବରୁ ରେଳବାଳ ସହ ମଧ୍ୟ ଅଭ୍ୟାସମୂଳକ ମ୍ୟାଚର ଆୟୋଜନ କରାଯାଇଥିଲା ।

Comments are closed.