Latest Odisha News

BREAKING NEWS

ଭାରତ ବିରୋଧୀ ବିବାଦୀୟ ଟୁଇଟ ନେଇ ବିଶ୍ୱକପରୁ ବିଦା ହେଲେ ପାକିସ୍ତାନ ଆଙ୍କର ଜୈନବ ଆବାସ

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜିତ ହେଉଛି । ଏଥିପାଇଁ ପାକିସ୍ତାନର ଟିମ ବ୍ୟତୀତ ବିଶେଷଜ୍ଞ, ପ୍ରଶଂସକ ଓ ଆଙ୍କର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଏହା ମଧ୍ୟରେ ଏକ ବିବାଦୀୟ ଖବର ସମ୍ମୁଖକୁ ଆସିଛି । ପାକିସ୍ତାନର ଲୋକପ୍ରିୟ ଆଙ୍କର ଜୈନବ ଆବାସଙ୍କୁ ବିଶ୍ୱକପ ଆଙ୍କରିଂରୁ ହଟେଇ ଦିଆଯାଇଛି । ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ସହକାରେ ଭାରତ ବାହାରକୁ ପଠାଇ ଦିଆଯାଇଛି । ପାକିସ୍ତାନ ନ୍ୟୁଜ ଚ୍ୟାନେଲ ସମା ଟିଭି ଏହି ଖୁଲାସା କରିଛି । ଭାରତ ବିରୋଧୀ ଟୁଇଟ ଯୋଗୁ ଜୈନବକୁ ହଟାଯାଇଛି ବୋଲି ଉକ୍ତ ଚ୍ୟାନେଲ ପକ୍ଷରୁ ପ୍ରକାଶ କରାଯାଇଛି ।

ପୂର୍ବରୁ ଏହି ଆଙ୍କରଜଣଙ୍କ ଭାରତ ବିରୋଧରେ ଅନେକ ବିବାଦୀୟ ଟୁଇଟ କରିଛନ୍ତି । ତାଙ୍କ ବିରୋଧରେ ଜଣେ ଓକିଲ ମାମଲା ମଧ୍ୟ ରୁଜୁ କରିଛନ୍ତି । ଜୈନବ ଆଇସିସି ବ୍ରଡକାଷ୍ଟ ଟିମରେ ସାମିଲ ଥିଲେ । ପାକିସ୍ତାନ ତାର ପ୍ରଥମ ମୁକାବିଲାରେ ନେଦରଲାଣ୍ଡକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ମଙ୍ଗଳବାର ଟିମ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ ।

Leave A Reply

Your email address will not be published.