Latest Odisha News

ଜାତୀୟ ଜୁନିୟର ଖୋ ଖୋ: ଓଡିଶା ବାଳକ, ବାଳିକା ଟିମ୍ ସେମିରେ

ଭୁବନେଶ୍ୱର: କିଟ ୟୁନିଭରସିଟିର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ୪୦ତମ ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡିଶା ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଉଭୟ ବାଳକ ଓ ବାଳିକା ବିଭାଗରେ ଓଡିଶା ସେମିଫାଇନାଲରେ ପ୍ରବେଶ କରିଛି । ଓଡିଶା ବାଳିକା ଟିମ୍ ୧୩-୫ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶା ପ୍ରଭାବ ବିସ୍ତାର କରି ଖେଳିଥିଲା ।

ଅନ୍ୟ ଏକ ମୁକାବିଲାରେ ମହାରାଷ୍ଟ୍ର ୧୦-୮ରେ ତାମିଲନାଡୁ ହରାଇ ଦ୍ୱିତୀୟ ଦଳ ଭାବେ ସେମିକୁ ଉନ୍ନୀତ ହୋଇଛି । ସେହିପରି ପୁରୁଷ ବିଭାଗର କ୍ୱାର୍ଟର ଫାଇନାଲ ମୁକାବିଲାରେ ଓଡିଶା ୧୯-୮ରେ ତେଲଙ୍ଗେନାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।

Leave A Reply

Your email address will not be published.