Latest Odisha News

BREAKING NEWS

ଦନ୍ତା ହାତୀର ମୃତଦେହ ଠାବ

ଅନଗୁଳ:ଅନଗୁଳରେ ଦନ୍ତା ହାତୀର ମୃତଦେହ ଠାବ । ନୁଖୁରିପଦା ଗ୍ରାମର ନୂଆଁବନ୍ଧ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହୋଇଥିବା ବେଳେ  ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ ।

ଶୁକ୍ରବାର ବିଳମ୍ବିତ ରାତିରେ ହାତୀଟିର ମୃତଦେହ ଠାବ କରିଛି ବନ ବିଭାଗ । ଦିନ ବେଳେ ହାତୀଟି ସେହି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । କିନ୍ତୁ ରାତିରେ ହାତୀଟିର ମୃତଦେହ ମିଳିଥିଲା । ଶନିବାର ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୁତ୍ୟୁର କାରଣ ଜଣା ପଡିବ ବୋଲି ବନ ବିଭାଗ କହିଛନ୍ତି ।

Leave A Reply

Your email address will not be published.