Latest Odisha News

BREAKING NEWS

ପୁରୀରେ ଖୋଖୋ ଦଳର ପ୍ରଶିକ୍ଷଣ କ୍ୟାମ୍ପ

ପୁରୀ: ଆସନ୍ତା ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶଠାରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ସରକାର ଓ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପୁରୀରେ ପ୍ରଥମଥର ପାଇଁ ରାଜ୍ୟ ଖୋଖୋ ଦଳର କ୍ୟାମ୍ପ ଆୟୋଜନ କରାଯାଇଛି । ଏହି କ୍ୟାମ୍ପ ପୁରୀ ଜିଲ୍ଲା ସ୍କୁଲ ପଡିଆଠାରେ ଆଜିଠାରୁ ଅନୁଷ୍ଠିତ ହୋଇଛି। ଏଥିରେ ମନୋନୀତ ୨୦ ଜଣ ପୁରୁଷ ଓ ୨୦ ଜଣ ମହିଳା ଖେଳାଳୀ ପ୍ରଶିକ୍ଷଣ ନେଉଛନ୍ତି । ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୫ ଜଣ ଖେଳାଳି ଖେଲୋ ଇଣ୍ଡିଆରେ ଭାଗ ନେବେ । ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କ୍ୟାମ୍ପ ଚାଲିବ । ଭାରତ ଦଳର ସର୍ବଭାରତୀୟ କୋଚ ସଞ୍ଜୀବ ଶର୍ମା ଓଡିଶା ଦଳରେ ଯୋଗ ଦେଇଛନ୍ତି । ଗତ ବର୍ଷ ଓଡିଶା ଖୋଖୋ ଦଳର ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ପାଇଥିଲେ ।

ଚଳିତ ବର୍ଷ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଚେଷ୍ଟା କରିବୁ ବୋଲି ଓଡିଶା ଖୋଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ରାଜ୍ୟ ଖୋ ଖୋ ସଂଘର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲ । ଏହି କ୍ୟାମ୍ପକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.